ଅନୁଗୁଳ: ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ: ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ନୂଆକ୍ଷେତା ଜଙ୍ଗଲରେ ହାତୀ ଆକ୍ରମଣର ଶିକାର ହୋଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
ମୃତ ବ୍ୟକ୍ତିଙ୍କ ନାମ ରମେଶ ସାହୁ ଓ ତାଙ୍କର ବୟସ ୪୫ ବର୍ଷ।

ଶନିବାର ସକାଳେ ରମେଶ ଛତୁ ତୋଳିବାକୁ ବଣକୁ ଯାଇ ନିରୁଦ୍ଦେଶ ହୋଇ ଯାଇଥିଲେ। ସନ୍ଧ୍ୟା ଯାଏଁ ସେ ଘରକୁ ନ ଫେରିବା କାରଣରୁ ପରିବାର ଲୋକେ ବନ୍ତଳା ଥାନାରେ ନିରୁଦ୍ଧିଷ୍ଟ ରିପୋର୍ଟ ଦେଇଥିଲେ।

ରବିବାର ଅର୍ଥାତ୍‌ ଆଜି ସକାଳେ ଗ୍ରାମବାସୀମାନେ ତାଙ୍କୁ ଖୋଜାଖୋଜି କରିବାକୁ ଜଙ୍ଗଲକୁ ଯାଇ ୫ ନମ୍ବର କମ୍ପାଟ୍‌ମେଣ୍ଟ୍‌ରେ ତାଙ୍କ ଶବ ଦେଖିଥିଲେ। ହାତୀ ହାବୁଡ଼ରେ ପଡ଼ି ରମେଶ ପ୍ରାଣ ହରାଇଛନ୍ତି ବୋଲି ଗ୍ରାମବାସୀ କହୁଛନ୍ତି।

ବନ୍ତଳା ପୁଲିସ ଓ ବନବିଭାଗକୁ ଏ ସଂକ୍ରାନ୍ତରେ ଖବର ଦିଆଯାଇଛି।

ସମ୍ବନ୍ଧିତ ଖବର