ଅନୁଗୁଳ: ଭାଲୁ ରାମ୍ପୁଡ଼ାରେ ଜଣେ ଆହତ

ଅନୁଗଳ: ରବିବାର ସକାଳେ ଛେଣ୍ଡିପଦା ଅନ୍ତର୍ଗତ ବାରମଞ୍ଚା ଗ୍ରାମ ଜଣେ ବ୍ୟକ୍ତି ଭାଲୁ କବଳରେ ପଡ଼ି ଆହତ ହୋଇଛନ୍ତି।

ଆଜି ସକାଳ ପ୍ରାୟ ସାଢ଼େ ଛଅଟା ବେଳେ ଛେଣ୍ଡିପଦା ବନାଞ୍ଚଳ ଅଧୀନରେ ଥିବା ନିଜ ଗାଁରୁ ୪୫ ବର୍ଷିୟ ଶମ୍ଭୁ ମାଝୀ କାମ କରିବା ପାଇଁ ଧାନବିଲକୁ ଯାଉଥିଲେ।

ଶୀଘ୍ର ପହଞ୍ଚିବାକୁ ସିଧା ରାସ୍ତାରେ ନ ଯାଇ ଶମ୍ଭୁ ଗଛଲତା ଗହଳ ଦେଇ ଯିବା ସମୟରେ ହଠାତ୍‌ ହାବୁଡ଼ିଲେ ଦୁଇଟି ଗଛ ମଝିରେ ବସି କିଛି ଖାଉଥିବା ଗୋଟାଏ ଭାଲୁକୁ। ଉଭୟ ଉଭୟଙ୍କୁ ଦେଖି ହଡ଼ବଡ଼େଇ ଯାଇଥିଲେ। ଶମ୍ଭୁ ବୁଲିପଡ଼ି ଧାଇଁ ପଳାଇବା ସମୟରେ ଭାଲୁ ନିଜ ଖାଦ୍ୟ ସୁରକ୍ଷିତ ରଖିବାକୁ ଥାବା ଉଠାଇ ଦେଲାରୁ ଶମ୍ଭୁର ମୁହଁ ଓ ପିଠି କ୍ଷତାକ୍ତ ହୋଇଯାଇଥିଲା।

ପରେ କିନ୍ତୁ, ଭାଲୁଟି ଶମ୍ଭୁର ପିଛା କରି ନ ଥିଲା। ଶମ୍ଭୁ ଦୌଡ଼ି ଦୌଡ଼ି ଗାଁ’କୁ ପଳାଇ ଆସିଲା।

ଆହତ ଶମ୍ଭୁଙ୍କର ଚିକିତ୍ସା ଲାଗି ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର