ଅନଗୁଳ: ହେଲ୍‌ମେଟ୍‌ ଚେକିଙ୍ଗ୍‌ ବେଳେ ପୁଲିସ ମାଡ଼ରେ ଡାକ୍ତରଙ୍କ ମୁଣ୍ଡ ଫାଟିଲା

ଅନଗୁଳ: ରବିବାର ପୂର୍ବାହ୍ନ ୧୧ଟା ପୂର୍ବରୁ ସ୍ଥାନୀୟ ଥାନା ଛକ ନିକଟରେ ହେଲ୍‌ମେଟ୍‌ ଚେକିଙ୍ଗ୍‌ କରୁଥିବା ପୁଲିସ ମାଡ଼ରେ ଜଣେ ଡାକ୍ତର ଆହତ ହୋଇଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଇଏନ୍‌ଟି ସ୍ପେସାଲିଷ୍ଟ୍‍ ଡାକ୍ତର କମଳାକାନ୍ତ ଜେନା ଦିବା ୧୧ଟା ସୁଦ୍ଧା ନିଜ ଡିୟୁଟିରେ ଯୋଗ ଦେବା ପାଇଁ ଦ୍ରୁତ ଗତିରେ ହେଲ୍‌ମେଟ୍‌ ନ ପିନ୍ଧି ମୋଟର୍‌ ସାଇକେଲ୍‌ ଚଳାଇ ଯାଉଥିଲେ। ସେତେବେଳେ ସେଠାରେ ପୁଲିସ ହେଲ୍‌ମେଟ୍‌ ଯାଞ୍ଚ୍‌ କରୁଥିବା କଥା ଡାକ୍ତରବାବୁ ଜାଣି ନ ଥିଲେ। ସବୁ ଦିନ ପରି ରାଜପଥକୁ ସଂଯୋଗ କରୁଥିବା ଏକ ଛୋଟ ରାସ୍ତାରେ ଡାକ୍ତର ଜେନା ବୁଲି ପଳାଉଥିଲା ବେଳେ ପୁଲିସ ଭାବିଲେ କି, ସେ ଚେକିଙ୍ଗ୍‌ ଏଡ଼ାଇବାକୁ ଜାଣିଶୁଣି ଖସି ଯାଉଛନ୍ତି। ସେଠାରୁ ୨୦ ମିଟର୍‌ ଆଗରେ ମୁତୟନ ହୋଇଥିବା ୨ ଜଣ କନେଷ୍ଟବଳ ତାଙ୍କୁ ଅଟକାଇବାକୁ ବାଡ଼ିରେ ପିଟିବାକୁ ଉଦ୍ୟମ କରିଥିଲେ ବି ଡାକ୍ତରବାକୁ ନଇଁ ପଡ଼ିବାରୁ ପାହାର ତାଙ୍କ ମଟରସାଇକେଲ୍‌ରେ ବାଜିଥିଲା।

କନେଷ୍ଟବଳ ଦୁହେଁ ତାଙ୍କ ଗାଡ଼ି ଚାବି ଛଡ଼ାଇବାରୁ ଡାକ୍ତରବାକୁ କହିଲେ କି, ଚାବି ଛଡ଼ାଇ ନେବା ଓ ପିଟିବା ପୁଲିସର ଅଧିକାରଭୁକ୍ତ ନୁହେଁ।ଏଥିରେ କନେଷ୍ଟବଳମାନେ ଉତ୍‌କ୍ଷିପ୍ତ ହୋଇ ଡାକ୍ତର ଜେନାଙ୍କୁ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ।

ଏବେ ଡାକ୍ତର ଜେନା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅଛନ୍ତି ଏବଂ ଘଟଣାର ମୀମାଂସା ପାଇଁ ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି।

ସମ୍ବନ୍ଧିତ ଖବର