ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ଅନଗୁଳ: ରବିବାର ପୂର୍ବାହ୍ନରେ ଦୁଇ ଜଣ ମାଓବାଦୀ ଅନୁଗୁଳ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ୧୮ ବର୍ଷିୟ ସୁକୁରାମ୍‌ ପୂର୍ତି ଓରଫ୍‌ ଗୁଲ୍‌ସନ୍‌। ତାଙ୍କ ଘର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଅନ୍ତର୍ଗତ ପଟାହାଟୁ ଗ୍ରାମରେ। ଆତ୍ମସମର୍ପଣ କରିଥିବା ଅନ୍ୟ ଜଣେ ସିପିଆଇ ମାଓବାଦୀ ହେଲେ ୧୭ ବର୍ଷୀୟ ଖୁସ୍‌ବୁ ଜରାରି। ତାଙ୍କ ଘର ମଧ୍ୟ ପଶ୍ଚିମ ସିଂହଭୂମର ଚେରୁଆରୋଲି ଗାଁ’ରେ।

ବେଆଇନ୍‌ ଘୋଷିତ ସିପିଆଇ ମାଓବାଦୀ ସଙ୍ଗଠନର ଏସ୍‌ଡିଏସ୍‌ ଡିଭିଜନ୍‌ରେ ଉଭୟ ୩୦୩ ରାଇଫଲ୍‌ କ୍ୟାଡର୍‌ଭାବେ କାର୍ଯ୍ୟ କରୁଥିଲେ। ସେମାନେ ୨୦୧୨ ମସିହାରୁ ମାଓ ସଙ୍ଗଠନରେ କାମ କରି ଆସୁଥିଲେ।

ଓଡ଼ିଶା ପୁଲିସର ମାଓ ଦମନ ଅଭିଯାନ ଯୋଗୁଁ ମାଓବାଦୀଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଥିବା କଥା ସେମାନେ କହିଛନ୍ତି। ଗୁଳି ଚୋଟ ଖାଇବା ଭୟରେ ସେମାନେ ବାରମ୍ବାର ନିଜର ସ୍ଥାନ ପରିବର୍ତ୍ତନ କରୁଥିଲେ। ଏ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ନ ପାରି ସେମାନେ ଜୀବନର ମୁଖ୍ୟ ସ୍ରୋତ ସହ ମିଶି ସାଧାରଣ ଜୀବନ ଯାପନବାକୁ ଆତ୍ମସମର୍ପଣ କରିଥିବା କଥା କହିଛନ୍ତି।

ସମ୍ବନ୍ଧିତ ଖବର