ଅନୀତା ଦାସଙ୍କ ବିୟୋଗରେ ଓଲିଉଡରେ ଶୋକ : ପ୍ରିୟ ମଣିଷଙ୍କୁ ମନେପକାଇଲେ ଅଭିନେତା-ଅଭିନେତ୍ରୀ

ଅନୀତା ଦାସଙ୍କ ବିୟୋଗରେ ସାରା ଓଲିଉଡ ମ୍ରିୟମାଣ ହୋଇ ପଡ଼ିଛି। କାରଣ ସେ ଚାରି ଦଶନ୍ଧିରୁ ଅଧିକ ସମୟ ହେବ ଓଡ଼ିଆ ସିନେମାରେ ଅଭିନୟ କରି ଚାଲିଥିଲେ। ଏବେ ଆସନ୍ତୁ ଜାଣିବା ତାଙ୍କ ବିୟୋଗରେ କିଏ କିଭଳି ପ୍ରତିକ୍ରିୟା ଦେଇଛନ୍ତି।

• ଅନୀତା ଦାସ ମୋର ସିନେମା ‘ମା ଓ ମମତା ଏବଂ ସ୍ୱପ୍ନସାଗରରେ କାମ କରିଥିଲେ। ତାଙ୍କ ଅଭିନୟର ଯେତେ ତାରିଫ୍‌ କଲେକମ୍‌ ହେବ। ତାଙ୍କ ବିୟୋଗରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି,ତାହା ପୂରଣ ହୋଇପାରିବ ନାହିଁ ବୋଲି ମୁଁ ଭାବୁଛି :ପ୍ରଶାନ୍ତ ନନ୍ଦ(ଅଭିନେତା-ନିର୍ଦ୍ଦେଶକ)।

• ତାଙ୍କ ସହ ମୁଁ ଅନେକ ସିନେମାରେ କାମ କରିଛି। ସେହି ଅନୁଭୂତିରୁ କହୁଛି ଯେଅନୀତା ଦାସ ଜଣେ ଭଲ ମଣିଷ ଓ ଉତ୍ତମ କଳାକାର ଥିଲେ:ପ୍ରଦ୍ୟୁମ୍ନ ଲେଙ୍କା(ଅଭିନେତା-ପ୍ରଯୋଜକ)।

• ଅନୀତା ଅପାଙ୍କ ଅକାଳ ବିୟୋଗ ଓଲିଉଡ଼୍‍ ପାଇଁ ଅପୂରଣୀୟ କ୍ଷତି:ଅନୁ ଚୌଧୁରୀ(ଅଭିନେତ୍ରୀ)।

• ଅନୀତା ଦାସ କେବଳ ଯେ,ଜଣେ ଭଲ ଅଭିନେତ୍ରୀ ଥିଲେ,ତା’ ନୁହେଁ ବରଂ ତାଙ୍କ ଭିତରେ ପ୍ରବଳ ଆଧ୍ୟାତ୍ମିକ ଚେତନା ଥିଲା। ସେ ଭଗବାନଙ୍କୁ ବହୁତ ଭଲ ପାଉଥିଲେ। ସେ ବହୁ କଳାକାରଙ୍କ ପ୍ରେରଣା ଥିଲେ:ଅର୍ଚ୍ଚିତା(ଅଭିନେତ୍ରୀ)।


• ଅନୀତା ଦାସ ଜଣେ ଦକ୍ଷ ଅଭିନେତ୍ରୀ। ସେ ଏଭଳି ସବୁ ଚରିତ୍ରକୁ ପରଦାରେ ଫୁଟାଇଛନ୍ତି,ଯେଉଁଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।  ବିଜୟ ମହାନ୍ତି (ଅଭିନେତା)

ସମ୍ବନ୍ଧିତ ଖବର