ଅଙ୍କିତା ମହାନ୍ତି ଶ୍ରେଷ୍ଠ ପୋଷ୍ଟ୍‌ ଗ୍ରାଜୁଏଟ୍‌

ରାଉରକେଲା : ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ଅନୁଷ୍ଠାନ (ଏନ୍‌ଆଇଟି)ରେ ଅଧ୍ୟୟନରତା ଓଡ଼ିଆ ଝିଅ ଅଙ୍କିତା ମହାନ୍ତି ୨୦୧୭-୧୮ ଶିକ୍ଷାବର୍ଷ ପାଇଁ ଶ୍ରେଷ୍ଠ ପୋଷ୍ଟ୍‌ ଗ୍ରାଜୁଏଟ୍‌ (ଏମ୍‌ବିଏ) ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଆଜି ଏନ୍‌ଆଇଟିର ୧୬ତମ ସମାବର୍ତ୍ତନ ଉତ୍ସବରେ ଶ୍ରୀମତି ମହାନ୍ତି ପ୍ରତିଷ୍ଠିତ ଶିଳ୍ପପତି ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲାଙ୍କଠାରୁ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଏହି ଅବସରରେ ନିଜର ଅନୁଭୂତି ବିଷୟରେ ସେ କହିଛନ୍ତି, ‘‘ଏହି ସଫଳତା ମୋ’ ପିତା ମାତା, ପରିବାରର ସମସ୍ତ ସଦସ୍ୟ, ସ୍ବାମୀ, ଶାଶୂ ଶ୍ବଶୁର ଏବଂ ମୋ’ର ଅଧ୍ୟାପକ ଅଧ୍ୟାପିକାମାନଙ୍କର ଶ୍ରେୟ। ସେମାନଙ୍କ ଆକୁଣ୍ଠ ସହଯୋଗ ବଳରେ ଏହି ସଫଳତା ମିଳିପାରିଛି। ଭବିଷ୍ୟତରେ ଗବେଷଣା କ୍ଷେତ୍ରରେ ନିଜକୁ ନିୟୋଜିତ କରିବି।’’ ଜଣେ ଗବେଷକଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର