ଏକଟା ପକ୍ଷରୁ ବାର୍ଷିକ ସମ୍ମିଳନୀ : ଫୋକସ୍‌ରେ ୬ ପର୍ଯ୍ୟଟନ ସ୍ଥଳୀ

ଚନ୍ଦ୍ରଶେଖରପୁର : ଗତ ୬ ବର୍ଷ ମଧ୍ୟରେ ଦେଶରେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇଛି। ନୂଆ ନୂଆ ସ୍ଥାନ ସାମିଲ କରାଯାଇ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ୬ଟି ପର୍ଯ୍ୟଟନ ସ୍ଥଳୀକୁ ଫୋକସ୍‌ରେ ରଖାଯାଇଛି। ସେଗୁଡ଼ିକର ବିକାଶ ସହ ପ୍ରଚାର ପ୍ରସାର କରାଯାଉଛି। ଚିଲିକାକୁ ପ୍ରାଥମିକତା ଦିଆଯାଉଛି। ଏଥିସହ ସାତକୋଶିଆ, ତାମ୍ପରା, ଶିମିଳିପାଳ, ବୌଦ୍ଧ ପର୍ଯ୍ୟଟନ, ଦେବ୍ରିଗଡ଼ ଓ ମହାନଦୀ ଅଞ୍ଚଳକୁ ଇକୋ ଟୁରିଜିମ୍‌ କରିବା ସହ ପର୍ଯ୍ୟଟକଙ୍କ ଉପଯୋଗୀ କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ଏଣ୍ଟରପ୍ରାଇଜିଂ ନଟ୍‌ ଅଫ୍‌ ଟ୍ରାଭେଲ୍‌ ଆଣ୍ଡ୍‌ ଟୁରିଜିମ୍‌ ଆସୋସିଏସନ୍‌(ଏକଟା) ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଯୋଗଦେଇ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦେଶକ ଉତ୍ପଳ କୁମାର ପତି କହିଛନ୍ତି।

ହୋଟେଲ ପଦ୍ମଜାରେ ଅନୁଷ୍ଠିତ ସମ୍ମିଳନୀରେ ଆଇଆଇଟିଟିଏମ୍‌ର ନୋଡାଲ ଅଫିସର ଶରତ ଚନ୍ଦ୍ର ଲେଙ୍କା ସମ୍ମାନିତ ଅତିଥି ଯୋଗଦେଇ କହିଲେ ପର୍ଯ୍ୟଟନ କ୍ଷେତ୍ରରେ ୯୫.୪ ପ୍ରତିଶତ ଘରୋଇ ସ˚ସ୍ଥା ଦ୍ବାରା ପରିଚାଳିତ ହେଉଛି। ଓଡ଼ିଶାରେ ଐତିହ୍ୟ, ବନ୍ୟପ୍ରାଣୀ, ସା˚ସ୍କୃତିକ ପର୍ଯ୍ୟଟନ ଭିତ୍ତିଭୂମିର ଅଭାବ ନାହିଁ। ତଥାପି ଆମେ ପଡେ଼ାଶୀ ରାଜ୍ୟଠାରୁ ପଛରେ ରହିଛେ। ଆଗକୁ ବଢ଼ିବା ଲାଗି ସମସ୍ତେ ହାତ ମିଳାଇବା ଆବଶ୍ୟକ। ପଦ୍ମଶ୍ରୀ ଅରୁଣା ମହାନ୍ତି ଅନ୍ୟତମ ସମ୍ମାନିତ ଅତିଥି ଭା‌ବେ ଯୋଗଦେଇ ଟ୍ରାଭେଲ୍‌ ଏଜେନ୍ସିଂଗୁଡ଼ିକ ପ୍ୟାକେଜି˚ ଟୁରିଜିମ୍‌ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥି‌ଲେ। ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜଧାନୀରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ସମ୍ପର୍କରେ ଆଲୋକପାତ କରିଥିଲେ। ଏକଟାର ସଭାପତି ସଞ୍ଜୟ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଚଣ୍ଡିପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଦେଇଥି‌ଲେ।

ସମ୍ବନ୍ଧିତ ଖବର