ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ, ୪୩୬ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪୩୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି | ସୁସ୍ଥ ହୋଇଥିବା ୪୩ଜଣଙ୍କ ମଧ୍ୟରେ ଅନୁଗୁଳରୁ ୧୫ଜଣ, ଗଞ୍ଜାମ, ରାଉରକେଲା ଏବଂ ଯାଜପୁରରୁ ୮ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ପୁରୀ, କେନ୍ଦ୍ରାପଡା, କଟକ ଏବଂ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ୪୩ଜଣଙ୍କୁ ଚିକିତ୍ସା ପରେ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି |

The Indian Express

ସୂଚନା ମୁତାବକ, ରାଜ୍ୟରେ ଆଜି ପୁଣି ୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏମାନଙ୍କ ଭିତରୁ ୮୦ଜଣ ସଙ୍ଗରୋଧରେ ଥିବା ବେଳେ  ଜଣେ କଣ୍ଟେନମେଣ୍ଟ ଜୋନର ଓ ୫ଜଣ ସ୍ଥାନୀୟ ଲୋକ ଥିବା ଜଣାଯାଇଛି। ତେବେ ନୂତନ ରିପୋର୍ଟକୁ ଦେଖିଲେ, ବର୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ ଥିବା ବେଳେ ୭୪୬ଟି ସକ୍ରିୟ ମାମଲା ରହିଛି | ଏହା ସହ ୭ଜଣ ମୃତ୍ୟୁବରଣ କରିଛନ୍ତି |

ସମ୍ବନ୍ଧିତ ଖବର