ଖୁସି ଖବର: ସୁସ୍ଥ ହେଲେ ୬୨ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୪୯୭ ହେଲା
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆସିଛି । ରାଜ୍ୟରେ ଆଜି ପୁଣି ୬୨ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଗଂଜାମ ଜିଲ୍ଲାରୁ ୪୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫ ଜଣ, ରାଉରକେଲାରୁ ୨ ଜଣ, ଭଦ୍ରକ, ମୟୂରଭଂଜ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ୪୯୭ ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ମହାରାଷ୍ଟ୍ରର ଜଣେ ବ୍ୟକ୍ତି ମଧ୍ୟ କୋଭିଡ-୧୯ରୁ ସୁସ୍ଥ ହୋଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
Another 62 #Covid19 patients have recovered and are being discharged.
41 are from Ganjam,
15 from Balasore,
2 from Rourkela and
1 each from Bhadrak, Mayurbhanj, Jajpur and Maharashtra (other State patient in our hospital).— H & FW Dept Odisha (@HFWOdisha) May 23, 2020
ତେବେ ଗଂଜାମ ଜିଲ୍ଲାରୁ ଆଜି ଯାଏଁ ମୋଟ ୨୦୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୫ ଜଣ, ଭଦ୍ରକ ଜିଲ୍ଲାରୁ ୩୧ ଜଣ, ମୟୂରଭଂଜ ଜିଲ୍ଲାରୁ ୯ ଜଣ ଓ ଯାଜପୁର ଜିଲ୍ଲାରୁ ୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ।
The total recovered cases of #Odisha now stand at 497 (excluding Maharashtra case).
— H & FW Dept Odisha (@HFWOdisha) May 23, 2020
ସୂଚନାଯୋଗ୍ୟ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୧୮ ହଜାର ୪୪୬ ଜଣଙ୍କର ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ଏଥିରୁ ୧୨୬୯ ଜଣଙ୍କ ନମୁନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ୪୯୭ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୭୫୬ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି ।