ସୁସ୍ଥ ହେଲେ ୭୫ କରୋନା ଆକ୍ରାନ୍ତ, ରାଜ୍ୟରେ ୮୮୭ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ପୁଣି ଖୁସି ଖବର ଆସିଛି। ରାଜ୍ୟର ୧୨ଟି ଜିଲ୍ଲାରୁ ଆଜି ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୮୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ବିଭାଗର ଅନୁସାରେ ଯାଜପୁରରୁ ୨୫ଜଣ, ଗଞ୍ଜାମରୁ ୧୯ଜଣ, କଟକରୁ ୯ଜଣ, ପୁରୀରୁ ୮ଜଣ, ନୟାଗଡରୁ ୩ଜଣ, କେନ୍ଦ୍ରାପଡାରୁ ୩ଜଣ, କନ୍ଧମାଳ ଏବଂ ବଲାଙ୍ଗୀରିରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଏବଂ ଖୋର୍ଦ୍ଧା ଜିଲ୍ଲାର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଦୁଇ ଦୁଇ ଥର ସେମାନଙ୍କ ନମୁନା ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ସମସ୍ତଙ୍କୁ ବିଭିନ୍ନ କୋଭିଡ୍ ହସ୍ପିଟାଳରୁ ଡିସଚାର୍ଜ କରାଯାଇଛି | ତେବେ ସବୁଠାରୁ ବଡ କଥା ହେଲା ଗତ ୩ ଦିନ ହେଲାଣି କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି | ଏହା ରାଜ୍ୟବାସୀଙ୍କ ଲାଗି ନିଶ୍ଚିତ ଭାବେ ଏକ ଆଶ୍ବସ୍ତିଜନକ ଖବର।

ଆଜି ରାଜ୍ୟରେ ନୂଆ ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଗତକାଲି ରାଜ୍ୟରେ ୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଥିଲେ ୭୯ଜଣ ଆକ୍ରାନ୍ତ | ବର୍ତମାନ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି | ଏହା ସହ ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ୭୬୬ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧିତ ଖବର