ବିଷ ପିଇଲେ ଆଉ ଜଣେ ଚାଷୀ

ଅମ୍ବାଭୋନା : ବରଗଡ଼ ଜିଲ୍ଲାରେ ପୁଣି ଥରେ ଋଣଭାର ଯୋଗୁଁ ଚାଷୀ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଚୋଲି ଗାଁର ଶେଷଦେବ ସା (୫୪)। ଗତ ୧ ତାରିଖ ଏହି ଘଟଣା ଘଟିଛି। ଫସଲ ନଷ୍ଟ ଏବଂ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଗତ ଖରିଫ ଋତୁରେ ୩.୩୫ ଏକର ଜମିରେ ଶେଷଦେବ ଧାନ ଚାଷ କରିଥିଲେ। କିନ୍ତୁ ରୋଗପୋକ ଯୋଗୁଁ ସବୁ ଫସଲ ନଷ୍ଟ ହୋଇଯାଇଥିଲା। ବରଗଡ଼ ଆକ୍ସିସ ବ୍ୟାଙ୍କରୁ ୧୮ହଜାର ଏବଂ ଅମ୍ବାଭୋନା ଏସ୍‌ବିଆଇରୁ ୪୨ ହଜାର ଟଙ୍କାର ଋଣ ତାଙ୍କ ମୁଣ୍ଡରେ ଅଛି। ଏହାବାଦ ପାଖପଡ଼ୋଶୀଙ୍କ ଠାରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର କରଜ କରିଥିଲେ। ଉଜୁଡ଼ା ଚାଷ ଏବଂ ଅଭାବ ଅନାଟନ ଯୋଗୁଁ ସେ ମାନସିକ ଚାପରେ ରହୁଥିଲେ। ଫଳରେ ସେ ବିଷ ପିଇ ଦେଇଥିବା ସ୍ତ୍ରୀ ମୀରା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର