ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବେ ଦେଶର ବ୍ୟସ୍ତବହୁଳ ବିମାନବନ୍ଦରର ପାଲଟି ଯାଇଛି। ଯାତ୍ରୀ ହାର ବୃଦ୍ଧିରେ ଦେଶର ଏକ ନମ୍ବର ବିମାନବନ୍ଦର ମାନ୍ୟତା ପାଇଥିବା ଭୁବନେଶ୍ୱରରୁ ରାତ୍ରିକାଳୀନ ବିମାନ ସେବାକୁ ବିମାନ କମ୍ପାନି ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଜୁନ୍ ୧ରୁ ଇଣ୍ଡିଗୋ ନୂଆଦିଲ୍ଲୀକୁ ଆଉ ଏକ ବିମାନ ସେବା ଆରମ୍ଭ କରିବାକୁ ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ୬ଇ୨୧୨୫ ଆସନ୍ତା ଜୁନ୍ ୧ରୁ ରାତି ୧ଟା ୩୦ରୁ ଭୁବନେଶ୍ୱର ଛାଡ଼ିବ। ନୂଆଦିଲ୍ଲୀରେ ଭୋର୍ ୪ଟାରେ ପହଞ୍ଚିବ। ଏଥିପାଇଁ ଇଣ୍ଡିଗୋ ପକ୍ଷରୁ ୧୮୦ ସିଟ୍ ବିଶିଷ୍ଟ ଏ-୩୨୦ ଏୟାର ବସ୍ ନିୟୋଜିତ ହେବ। ସେହିପରି ଦିଲ୍ଲୀରୁ ବିମାନ ୬ଇ ୨୧୨୪ ରାତି ୨ଟା ୩୫ରେ ବିମାନ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ କରି ଭୋର୍ ୪ଟା ୪୫ରେ ପହଞ୍ଚିବ। ଏହା ବି ୧୮୦ ସିଟ୍ ବିଶିଷ୍ଟ ବିମାନ ହେବ। ଏହି ବିମାନ ଉଡ଼ାଣ ଦ୍ୱାରା ଭୁବନେଶ୍ୱରକୁ ଦୈନିକ ୧୧ଟି ବିମାନ ଉଡ଼ାଣ କରିବ।