ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର

ବିଷମକଟକ : ବିଷମକଟକ ସଦର ମହକୁମାର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ବିଷମକଟକର ଖ୍ରୀଷ୍ଟିୟାନ୍‌ ହସ୍ପିଟାଲ ଛକ, ତହସିଲ କାର୍ଯ୍ୟାଳୟ, ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ମାଓବାଦୀ ତୁମ ଦାଦାଗିରି ଆଉ ଚଳିବ ନାହିଁ। ମିଛ ବିପ୍ଲବ ନାମରେ ଆଦିବାସୀଙ୍କ ହତ୍ୟା ଏବଂ ସେମାନଙ୍କ ବିକାଶକୁ ବିରୋଧ କରି ବିସ୍ଫୋରଣ, ପୋଡାଜଳା ଓ ରାସ୍ତାରୋକ ଆଦି ଚଳିବ ନାହିଁ। ଯଦି ରାୟଗଡା ବାସୀଙ୍କ ବିକାଶ ଚାହଁ ତେବେ ବନ୍ଧୁକ ଛାଡି ବିକାଶ କର ନଚେତ୍‌ ରାୟଗଡା ଛାଡ। ତୁମ ପାଇଁ ଆଜି ଜିଲ୍ଲାର ବିକାଶ ଅସମ୍ଭବ ହେଉଛି। ଯେଉଁ ପର୍ଯ୍ୟନ୍ତ ଜିଲ୍ଲାରେ ମାଓବାଦୀ ରହିବେ ଜିଲ୍ଲାର ବିକାଶ ଅସମ୍ଭବ ତେଣୁ ଆପଣ ମାନେ ନକ୍ସଲକୁ ବିରୋଧ କରନ୍ତୁ। ନକ୍ସଲ ମୁକ୍ତ ରାୟଗଡା ଏବଂ ବିକଶିତ ରାୟଗଡା ଗଠନ ପାଇଁ ଆମକୁ ସହଯୋଗ କରନ୍ତୁ ବୋଲି ଉଲ୍ଲେଖ ରହିଛି। ଏହି ପୋଷ୍ଟର ଗୁଡିକ କିଏ କିମ୍ବା କେଉଁ ସଂଗଠନ ପକ୍ଷରୁ ଲଗାଇଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ।

ସମ୍ବନ୍ଧିତ ଖବର