କେନ୍ଦ୍ରାପଡା : କେନ୍ଦ୍ରାପଡାରେ ବିଜେଡି ଏକପ୍ରକାର ସବୁ ଆସନ ପୋଛି ନେଇଛି। ପାଟକୁରାରେ ନିର୍ବାଚନ ହୋଇ ନଥିବା ବେଳେ ଲୋକସଭା ଏବଂ ଅନ୍ୟ ୪ଟି ବିଧାନସଭା ଆସନକୁ ବିଜେଡି ଦଖଲ କରିଛି। ୨୦୧୪ରେ କଂଗ୍ରେସ ଧ୍ରୁବ ଚରଣ ସାହୁ ବିଜୟୀ ହୋଇଛନ୍ତି। ଆଳିରେ ବିଧାୟକ ଦେବେନ୍ଦ୍ର ଶର୍ମା କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ରାଜନଗରରେ ବିଧାୟକ ଅଂଶୁମାନ ମହାନ୍ତି ଥିଲେ କଂଗ୍ରେସ ପ୍ରାର୍ଥୀ। କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀ ଭାବେ ଶେଷ ମୁହୂର୍ତ୍ତରେ ଓହ୍ଲାଇଥିବା ଶଶୀଭୂଷଣ ବେହେରା ବି କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବିଧାୟକ ଗଣେଶ୍ବର ବେହେରାଙ୍କୁ ପରାସ୍ତ କରିଛନ୍ତି। ମହାକାଳପଡାରୁ ବିଜେଡି ପ୍ରାର୍ଥୀ ଭାବେ ଅତନୁ ସବ୍ୟସାଚୀ ନାୟକ ପୁଣି ଥରେ ବିଜୟୀ ହୋଇ ବିଧାନସଭାକୁ ଲଗାତର ଭାବେ ଚତୁର୍ଥ ଥର ପାଇଁ ଯିବାର ସୁଯୋଗ ପାଇଛନ୍ତି। ଅନ୍ୟପଟେ ଏଥର ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡା ଲୋକସଭା ଆସନରେ ପରାସ୍ତ ହୋଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଏଥର ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ବିଜେଡି ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ତାଙ୍କୁ ପରାସ୍ତ କରିଛନ୍ତି। ଏହି ଆସନକୁ ରାଜ୍ୟ ରାଜନୀତିରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ େବାଲି ବିଚାର କରାଯାଉଥିଲା। ଉଭୟ ବିେଜଡି ଓ ବିେଜପି ଏହି ଆସନକୁ ସମ୍ମାନର ପ୍ରଶ୍ନ େବାଲି ବିବେଚନା କରୁଥିଲେ।
ବୈଜୟନ୍ତଙ୍କୁ ହରାଇଲେ ଅନୁଭବ
କେନ୍ଦ୍ରାପଡ଼ାରେ ବିଜେଡିର ଦବ୍ଦବା, କଂଗ୍ରେସ ହାତରୁ ଗଲା ଆଳି, ରାଜନଗର, କେନ୍ଦ୍ରାପଡାରୁ ବି ଜିତିଗଲେ ଶଶୀ ବେହେରା
/sambad/media/post_attachments/wp-content/uploads/2019/05/anu-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)