ମା ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ, ସୂଚନା ଦେଲା ଛତିଶଗଡ଼ ପୁଲିସ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ୨୦୧୬ ମସିହାର ମା ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଆଜି ଛତିଶଗଡ଼ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଛତିଶଗଡ଼ ପୁଲିସର କହିବା ଅନୁଯାୟୀ, ୨୦୧୬ ମସିହାର ମା ଓ ଝିଅ ହତ୍ୟାକାଣ୍ଡର  ଅନୁପ ସାଏ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ  । ଏହି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ନେଇ ପୁଲିସ୍ ଠୋସ୍ ପ୍ରମାଣ ପାଇଛି। ଏ ନେଇ ଅପରାହ୍ଣରେ ଛତିଶଗଡ଼ ପୁଲିସ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇପାରେ । ତାଙ୍କୁ ଆଇପିସିର ଧାରା ୩୦୨ (ହତ୍ୟା), ୧୦୨(ବି)(ହତ୍ୟା ଷଡ଼ଯନ୍ତ୍ର), ୨୦୧(ପ୍ରମାଣ ନଷ୍ଟ)ରେ ଗିରଫ କରାଯାଇଥିବା ସଂଧ୍ୟାରେ ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି।

୨୦୧୬ ମସିହାରେ ବ୍ରଜରାଜନଗର ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା କଳ୍ପନା ଦାସ (୩୨) ଓ ତାଙ୍କ ଝିଅ ବବ୍‌ଲି ଓରଫ ପ୍ରଭାତୀ(୧୩)ଙ୍କ ରକ୍ତାକ୍ତ ମୃତଦେହ ଛତିଶଗଡ଼ର ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆଠାରୁ ପୁଲିସ ଉଦ୍ଧାର କରିଥିଲା। କଳ୍ପନା ସେତେବେଳେ ଗର୍ଭବତୀ ଥିବା କୁହାଯାଉଛି। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ଚକ୍ରଧରନଗର ପୁଲିସ ତଦନ୍ତ ଆରମ୍ଭ କରିଥିଲା।


ଝାରସୁଗୁଡ଼ା ଏସ୍‌ପି ଅଶ୍ବିନୀ ମହାନ୍ତିଙ୍କ ସୂଚନା ଅନୁଯାୟୀ ବୁଧବାର ରାତି ୯ଟା୨୩ରେ ରାୟଗଡ଼ ଏସ୍‌ପି ତାଙ୍କୁ ଫୋନ୍‌ କରି କହିଥିଲେ ଯେ ଛତିଶଗଡ଼ ପୁଲିସ ଅନୁପ ସାଏଙ୍କୁ ଅଟକ ରଖିଛି। ୨୦୧୬ ମସିହାର ଏକ ହତ୍ୟା ଘଟଣାର ପଚରାଉଚୁରା ପାଇଁ ତାଙ୍କୁ ଅନେକ ଥର ପୁଲିସ ନୋଟିସ କରିଥିଲେ ମଧ୍ୟ ସେ ହାଜର ନହେବାରୁ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା। ତେବେ କେଉଁ ଘଟଣାରେ ତାଙ୍କୁ ଉଠାଇ ନିଆଯାଇଛି ବୋଲି ସେ ସଂପର୍କରେ କିଛି କୁହାଯାଇ ନଥିଲା। ଖବର ପାଇ ସେ ତୁରନ୍ତ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିରେ ଏକ ଷ୍ଟେସନ ଡାଏରି କରି ଅନୁପ ସାଏଙ୍କ ପରିବାରଙ୍କୁ ଏ ସଂପର୍କରେ ଜଣାଇ ଦେଇଥିଲେ।

ପଚରାଉଚରା ପରେ ଅନୁପ କୁମାର ସାଏଙ୍କୁ ଛତିଶଗଡ଼  ପୁଲିସ୍ ଗୁରୁବାର ଗିରଫ କରିଥିଲା । ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନା ପୁଲିସ୍ ଗତ ବୁଧବାର ରାତି ପ୍ରାୟ ୯ଟା ୨୩ ମିନିଟ୍ ସମୟରେ ବ୍ରଜରାଜ ନଗରର ଶିରିଡ଼ିସାଇ ମନ୍ଦିର ନିକଟରୁ ଅନୁପ କୁମାର ସାଏଙ୍କୁ ଉଠାଇ ନେଇଥିଲା ଏପଟେ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ପଦରୁ ବିଦା କରିବା ସହ ଅନୁପ କୁମାର ସାଏଙ୍କୁ ଗତକାଲି ବିଜେଡିରୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିଥିଲେ ।

ସମ୍ବନ୍ଧିତ ଖବର