ସେପ୍ଟେମ୍ବର ୧୫ସୁଦ୍ଧା ପଦ୍ମ ପୁରସ୍କାର ପାଇଁ ନାମ ସୁପାରିସ ହେବ : ଜୁଲାଇ ୩୦ସୁଦ୍ଧା ରାଜ୍ୟ ସରକାରଙ୍କୁ ନାମ ପଠାଯିବ

ଭୁବନେଶ୍ୱର : ପଦ୍ମ ପୁରସ୍କାର, ୨୦୧୯ ପାଇଁ ରାଜ୍ୟ ସରକାର ନାମ ସୁପାରିସ କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ଜାନୁଆରି ୨୬ରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିବାକୁ ଥିବାରୁ ସେପ୍ଟେମ୍ବର ୧୫ସୁଦ୍ଧା ଅନଲାଇନ୍‌ ମୋଡରେ ନାମ ପଠାଇବାକୁ କହିଛନ୍ତି।

ଗୃହ ମନ୍ତ୍ରଣାଳୟରୁ ଚିଠି ପାଇବା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମସ୍ତ ବିଭାଗର ପ୍ରମୁଖ ସଚିବ, କମିସନର, ସ୍ୱତନ୍ତ୍ର ସଚିବ, ରାଜସ୍ୱ ବିଭାଗ ସଚିବ, ଆରଡିସି, ବିଶ୍ୱବିଦ୍ୟାଳୟର କୁଳପତି, ଜିଲ୍ଲାପାଳ, ବିଧାନସଭା ସଚିବଙ୍କୁ ଚିଠି କରାଯାଇଛି। ଏହି ଅଧିକାରୀମାନେ ଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ଜୁଲାଇ ୩୦ସୁଦ୍ଧା ରାଜ୍ୟ ସରକାରଙ୍କୁ ସୁପାରିସ କରିବାକୁ କୁହାଯାଇଛି। ସର୍ତ୍ତ ରଖାଯାଇଛି ଯେ, ଯେଉଁମାନେ ରାଜ୍ୟ ପୁରସ୍କାର, ଜାତୀୟ ପୁରସ୍କାର ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବେ।

ରାଜ୍ୟ ସରକାର ତାଲିକା ପାଇବା ପରେ ସେଥିରୁ ଚୂଡ଼ାନ୍ତ ନାମ ବାଛିବା କିମ୍ବା ଅନ୍ୟ ବ୍ୟକ୍ତିଙ୍କୁ ସାମିଲ୍‌ କରିବା ପାଇଁ ସର୍ଚ୍ଚ କମିଟି ଗଠନ କରିବେ। ଏହି କମିଟି ସେପ୍ଟେମ୍ବର ୧ ସୁଦ୍ଧା ରିପୋର୍ଟ ଦେବା ପରେ ଏହାକୁ ସେପ୍ଟେମ୍ବର ୧୫ପୂର୍ବରୁ ଗୃହ ମନ୍ତ୍ରଣାଳୟକୁ ପଠାଯିବ।

ସମ୍ବନ୍ଧିତ ଖବର