ଆରମ୍ଭ ହେବ ସ୍କୁଲ ମନିଟରିଂ ଆପ୍‌

ଭୁବନେଶ୍ୱର : ସ୍କୁଲ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବା ଲାଗି ମୋବାଇଲ ଆପର ସହାୟତା ନେବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥିପାଇଁ ସ୍କୁଲ ମନିଟରିଂ ଆପ ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱରସ୍ଥିତ ଏନଆଇସି ପକ୍ଷରୁ ଏହାକୁ ବିକାଶ କରାଯାଇଛି। ଆସନ୍ତା ଜୁନ୍‌ ୧୮ ତାରିଖରେ ଏହା ବିଧିବଦ୍ଧ ଭାବେ ଉଦ୍‌ଘାଟନ ହେବ। ଏହି ଆପ ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଉପଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଉପ ବ୍ଲକ ଶିକ୍ଷାଧିକାରୀ ଓ ସିଆରସିସିଙ୍କୁ ସାମିଲ କରାଯିବ। ସେମାନେ ସ୍କୁଲ ଗସ୍ତ ସଂପର୍କିତ ସମସ୍ତ ତଥ୍ୟ ଏହି ଆପ ମାଧ୍ୟମରେ ଅପଡେଟ୍‌ କରିପାରିବେ। ଏଥିପାଇଁ ଏକ ରାଜ୍ୟସ୍ତରୀୟ ମନିଟରିଂ ସେଲ ପ୍ରତିଷ୍ଠା ହୋଇଛି। ଏଥିରେ ୫ଜଣ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର