ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ନୂଆ ମୋଡ଼ : ଆହୁରି ସଢ଼ିବେ ରାଜ୍ୟବାସୀ

ଭୁଲ କିଏ କଲା, କ୍ଷତି ସହିଲା ଓଡ଼ିଶା, ଆହ୍ଲାବାଦର ୧୫ ନାମରୁ ୧୩ ନିଯୁକ୍ତି, ଓଡ଼ିଶାରୁ ୧୨ନାମ ଯାଇଥିଲା, ଏକ ତୃତୀୟାଂଶ ଯୋଗ୍ୟ ନଥିଲେ

ଭୁବନେଶ୍ବର/ନୂଆଦିଲ୍ଲୀ : ଆବଶ୍ୟକ ବିଚାରପତି ନ ଥିବାରୁ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁନାହିଁ ଦର୍ଶାଇ ଗୋଟିଏ ସମୟରେ ଆଇନଜୀବୀମାେନ ଆପତ୍ତି ଉଠାଇଥିେଲ। ଏବେ ପୁଲିସ-ଆଇନଜୀବୀ ବିବାଦ କାରଣରୁ ଦୀର୍ଘ ଦୁଇ ମାସ ଧରି କୋର୍ଟ ବନ୍ଦ ହେଲାଣି। ଏହାଦ୍ବାରା ବିଚାର ପ୍ରକ୍ରିୟା ଦୋହଲିଗଲାଣି।

ଠିକ୍ ଏମିତି ଏକ ସମୟରେ ଓଡ଼ିଶାକୁ ପୁଣି ଏକ ଝଟ୍‌କା ଲାଗିଛି। ଆହ୍ଲାବାଦ ହାଇେକାର୍ଟ କଲେଜିୟମ ଦ୍ବାରା ସୁପାରିସ ୧୫ ବିଚାର ବିଭାଗୀୟ ଅଧିକାରୀଙ୍କ ମଧ୍ୟରୁ ସୁପ୍ରିମକୋର୍ଟ କଲେଜିୟମ୍ ୧୩ଜଣଙ୍କୁ ଯୋଗ୍ୟ ବୋଲି ବିଚାର କରି ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି। ହେଲେ ଓଡ଼ିଶା ହାଇେକାର୍ଟରେ ଖାଲିଥିବା ବିଚାରପତି ପଦବି ପୂରଣ ପାଇଁ ଯେଉଁ ୧୨ ଜଣଙ୍କ ନାମ ତାଲିକା ପଠାଯାଇଥିଲା, ତା ମଧ୍ୟରୁ ମାତ୍ର ଜଣକୁ ଡ. ଅକ୍ଷୟ କୁମାର ମିଶ୍ରଙ୍କୁ ନିଯୁକ୍ତି ପାଇଁ ସୁପାରିସ ହୋଇଛି। ସୁପ୍ରିମକୋର୍ଟ କଲେଜିୟମ ଏକାଧିକ ଯୁକ୍ତି ଦେଇ ବାକି ନାମ ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ସବୁଠାରୁ ବଡ଼ କଥା ହେଲା, ଡ. ମିଶ୍ରଙ୍କୁ ଛାଡିେଦଲେ ଅନ୍ୟ ତିନିଜଣ ବିଚାର ବିଭାଗୀୟ ଅଧିକାରୀଙ୍କ ନାମ ଯୋଗ୍ୟତା ମାନଦଣ୍ଡ ମଧ୍ୟରେ ଆସୁନଥିବା ଦର୍ଶାଯାଇଛି। ସେହିପରି ୮ଜଣ ଆଇନଜୀବୀଙ୍କ ମଧ୍ୟରୁ ୫ଜଣ ରୋଜଗାର ଯୋଗ୍ୟତା ମାନଦଣ୍ଡରେ ଆସୁନାହାନ୍ତି।

ଗୋଟିଏ ପଟେ ଆଇନଜୀବୀଙ୍କ ଠାରୁ ଆରମ୍ଭ କରି ସାରା ରାଜ୍ୟ ମାମଲା ବିଚାର ତ୍ବରାନ୍ବିତ ପାଇଁ ବିଚାରପତି ପଦବି ପୂରଣ ଉପରେ ଗୁରୁତ୍ବାେରାପ କରୁଥିବାେବଳେ କେଉଁ ପରିସ୍ଥିତିେର ଏଭଳି ଏକ ନାମତାଲିକା ପଠାଗଲା, ଏହା ପଛରେ କି ବାଧ୍ୟବାଧ୍ୟକତା ଥିଲା, ସେ ନେଇ ପ୍ରଶ୍ନ ଉଠିଲାଣି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୨୭ ଜଣ ବିଚାରପତି ରହିବା କଥା। ଆଜି ଦିନରେ ଏହି ସଂଖ୍ୟା ୧୪ ରହିଛି। ଏମିତି ଏକ ସ୍ଥିତିରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ଶରଣ ଏକ ୧୨ ଜଣିଆ ନାମ ତାଲିକା ସୁପ୍ରିମକୋର୍ଟକୁ ପଠାଇଥିେଲ। ମୁଖ୍ୟ ବିଚାରପତି ଭିନିତ ଶରଣ, ବିଚାରପତି ଇନ୍ଦ୍ରଜିତ ମହାନ୍ତି, ବିଚାରପତି ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ କଲେଜିୟମ ମଧ୍ୟରେ ସହମତି େହାଇପାରିନଥିଲା। ଏଥିେର ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ସତ୍ୟ ନାରାୟଣ ମିଶ୍ର, ବିଭୁପ୍ରସାଦ ରାଉତରାୟ, ଗୌତମ ଶର୍ମା ଓ ଡ. ଅକ୍ଷୟ କୁମାର ମିଶ୍ରଙ୍କ ନାମ ଥିଲା। େସହିଭଳି ଆଠଜଣ ବରିଷ୍ଠ ଆଇନଜୀବୀ ଯଥା ରୁଦ୍ର ପ୍ରସାଦ କର, ପ୍ରଣୟ କିେଶାର ହରିଚନ୍ଦନ, କାଳୀପ୍ରସନ୍ନ ମିଶ୍ର, ବିମ୍ବିସାର ଦାସ, ନରସିଂହ ଭି, ତୁଷାରକାନ୍ତି ଶତପଥୀ, ବିଷ୍ଣୁ ପ୍ରସାଦ ପ୍ରଧାନ, ସମୀର କୁମାର ଦାସଙ୍କ ନାମ ସୁପାରିସ କରାଯାଇଥିଲା।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦାୟିତ୍ବ େନବା ପରେ ଜଷ୍ଟିସ ରଂଜନ େଗାଗୋଇ େଦଶର ବିଭିନ୍ନ ନ୍ୟାୟାଳୟରେ ଥିବା ଖାଲି ପଦବି ପୂରଣ ଉପରେ ଗୁରୁତ୍ବ େଦଇଥିେଲ। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାେର ବିଚାରପତି ମଦନ ବି େଲାକୁର, କୁରିଆନ େଯାେଶଫଙ୍କୁ େନଇ କଲେଜିୟମ ଗଠନ େହାଇଥିଲା। ଯଦିଓ ପ୍ରଥମେ ୧୨ଜଣଙ୍କୁ ସାକ୍ଷାତାକାର ପାଇଁ ଡକାଯିବା ଲାଗି ସ୍ଥିର େହାଇଥିଲା, େଶଷ ମୁହୂର୍ତରେ କିନ୍ତୁ ଜଣେ ବିଚାର ବିଭାଗୀୟ ଅଧିକାରୀ ଓ ତିନିଜଣ ଆଇନଜୀବୀଙ୍କୁ କଲେଜିୟମ ଡାକିଥିଲେ। ଅେକ୍ଟାବର ୩୧ ତାରିଖରେ ଏମାନଙ୍କୁ ସାକ୍ଷାତାକାର ପାଇଁ ଡକାଯାଇଥିଲା। େହଲେ କଲେଜିୟମ କେବଳ ହାଇକୋର୍ଟର ରେଜିଷ୍ଟ୍ରାର େଜନେରାଲ ଡ. ଅକ୍ଷୟ କୁମାର ମିଶ୍ରଙ୍କ ନାମ ବିଚାରପତି ପଦ ପାଇଁ ଚୟନ କରିଥିେଲ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅନ୍ୟ ତିନି ଜଣ ବିଚାର ବିଭାଗୀୟ ଅଧିକାରୀ ହାଇକୋର୍ଟ ବିଚାରପତି ପଦ ପାଇଁ ଏଯାଏ େଯାଗ୍ୟତା ହାସଲ କରିନାହାନ୍ତି। ହାଇକୋର୍ଟ କଲେଜିୟମ ଉପଯୁକ୍ତ ସମୟରେ େସମାନଙ୍କ ସଂପର୍କରେ ପୁନଃବିଚାର କରିବା ଲାଗି କଲେଜିୟମ ପରାମର୍ଶ େଦଇଛନ୍ତି। ଏସବୁ ନାମକୁ ସୁପ୍ରିମକୋର୍ଟ କଲେଜିୟମ ପୁଣି ଥରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପାଖକୁ ପଠାଇ େଦଇଥିବା ଜଣାପଡିଛି।

େକବଳ େସତିକି ନୁେହଁ, ବରିଷ୍ଠ ୮ ଜଣ ଆଇନଜୀବୀଙ୍କ ସଂପର୍କରେ ମଧ୍ୟ କଲେଜିୟମ ମତ ରଖିଛନ୍ତି। ୫ଜଣ ଆଇନଜୀବୀ ରୁଦ୍ର ପ୍ରସାଦ କର, ତୁଷାରକାନ୍ତି ଶତପଥୀ, ବିଷ୍ଣୁ ପ୍ରସାଦ ପ୍ରଧାନ,ସମୀର କୁମାର ଦାସ ଏବଂ ବିମ୍ବିସାର ଦାସ ବୃତ୍ତିଗତ ଆୟ ମାନଦଣ୍ଡ ପୂରଣ କରୁନାହାନ୍ତି। ଏଣୁ ତାଙ୍କ ନାମକୁ କଲେଜିୟମ୍ ଏହି ଦୌଡରୁ ବାଦ୍ େଦଇଛନ୍ତି।

ଆଇନଜୀବୀ କାଳୀପ୍ରସନ୍ନ ମିଶ୍ରଙ୍କ ନାମ କିଛି ଦିନ ପରେ ବିଚାରକୁ ନିଆଯିବ େବାଲି କଲେଜିୟମ ମତ ରଖିଛନ୍ତି। ଆଇନଜୀବୀ ନରସିଂହ ଭିଙ୍କ ନାମକୁ ପୁନଃବିଚାର ପାଇଁ ହାଇକୋର୍ଟଙ୍କ ନିକଟକୁ ପଠାଇ ଦିଆଯାଇଥିବା େବଳେ ପ୍ରଣୟ କିେଶାର ହରିଚନ୍ଦନଙ୍କ େକ୍ଷତ୍ରରେ କୌଣସି ଟିପ୍ପଣୀ ନ େଦଇ କଲେଜିୟମ୍ ଫେରାଇ େଦଇଛନ୍ତି। ଫଳରେ ଓଡ଼ିଶା ହାଇକୋର୍ଟକୁ ମାତ୍ର ଜଣେ ବିଚାରପତି ମିଳିଛନ୍ତି।

୨୦୧୫ରେ େଶଷ ଥର ପାଇଁ ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥିଲା। ଇତିମଧ୍ୟରେ ତିନି ବର୍ଷ େହଲାଣି। ବିଚାରପତି ପଦ ଖାଲିଥିବା କାରଣରୁ ମାମଲା ସଂଖ୍ୟା ପାଖାପାଖି ୨ଲକ୍ଷ ଛୁଇଁବାକୁ ବସିଲାଣି। ତା ସାଙ୍ଗକୁ ଆଇନଜୀବୀ ଆନ୍ଦୋଳନ େଯାଗୁଁ େକାର୍ଟରେ ଅଚଳାବସ୍ଥା େଦଖାେଦଇଛି। ସ୍ଥିତି ଏତେ ସଙ୍ଗିନ ଥିବା େବଳେ ଓଡ଼ିଶାର ୧୨ଜଣଙ୍କ ମଧ୍ୟରୁ ମଧ୍ୟ ମାତ୍ର ଜଣକୁ ଚୟନ କରାଯିବା ଓ ସଂଖ୍ୟାଧିକ ନାମ େଯାଗ୍ୟ ନୁେହଁ େବାଲି େକହି େକମିତି ଜାଣିପାରିେଲ ନାହିଁ, ତାହା ସବୁ ମହଲକୁ ବିଚଳିତ କରୁଛି।

ପୁଣି େକବେ ହାଇକୋର୍ଟ ନାମ ତାଲିକା ପଠାଇବେ, ଏହା ଉପରେ ସୁପ୍ରିମକୋର୍ଟ କଲେଜିୟମ ବସି ନିଷ୍ପତ୍ତି େନବେ, ତାହା କାହାକୁ ମାଲୁମ୍ ନାହିଁ। ଏହା ଏକ ଜଟିଳ ଓ ବିଳମ୍ବିତ ପ୍ରକ୍ରିୟା େହାଇଥିବାରୁ େସ ଯାଏ ଓଡ଼ିଶା ପ୍ରଭାବିତ େହବ େବାଲି କୁହାଯାଉଛି।

ସମ୍ବନ୍ଧିତ ଖବର