ନିଯୁକ୍ତି ସାକ୍ଷାତକାର ଭାଇରାଲ୍‌ କରିବାରୁ ଦଣ୍ଡ : ଷ୍ଟେନୋ ନିଲମ୍ବିତ, ୩ ଜଣଙ୍କୁ କାରଣଦର୍ଶାଅ ନୋଟିସ୍‌

ଜଗତସିଂହପୁର : ବନ୍ଦର ନ୍ୟାସ କାର୍ଯ୍ୟାଳୟରେ ହୋଇଥିବା ନିଯୁକ୍ତି ସାକ୍ଷାତକାରକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବନ୍ଦର ସଚିବଙ୍କ ଷ୍ଟେନୋ ଆଶିଷ ଲେଙ୍କାଙ୍କୁ ନିଲମ୍ବିତ କରଯାଇଛି। ଏଥିସହିତ, ଅନ୍ୟ ତିନି ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

କିଛି ଦିନ ତଳେ ଗୌତମ ମିଶ୍ର ନାମକ ଜଣେ ଯୁବକ ପାରାଦୀପ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ନାମରେ ଅପପ୍ରଚାର କରାଯାଉଛି। ସେ ଅର୍ଥ ଦେଇ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି। ଏହି ଘଟଣାର ତଦନ୍ତ କରାଯିବାରୁ ଆଶିଷଙ୍କ ମୋବାଇଲରୁ ଏହା ଭାଇରଲ ହୋଇଥିବା ଜଣାପଡ଼ିଥିଲା। ଏଣୁ ବନ୍ଦର ସଚିବ ତାଙ୍କୁ ନିଲମ୍ବନ କରିଥିଲେ। ତେବେ ଆଶିଷଙ୍କ ନିଲମ୍ବନକୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର