ଆରମ୍ଭ ହେଲା ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏକ୍ୟୁ’

ଭୁବନେଶ୍ୱର: ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏକ୍ୟୁ’ ସିରିଜର ଶୁଭାରମ୍ଭ ଅର୍ଥମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଆନୁକୂଲ୍ୟରେ ୨୦୧୯ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶା ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏକ୍ୟୁ’ ସିରିଜର ପ୍ରଚଳନ କରାଯାଇଛିା ଏହି ଯୋଜନା ଅନ୍ତର୍ଗତ ସ୍ୱଳ୍ପ ସଞ୍ଚୟ ଜମାକାରୀମାନଙ୍କୁ ୱେବ୍‌ ଉତ୍ପନ୍ନ ମାଗଣା ପ୍ରୋତ୍ସାହନ କୁପନର ବିତରଣ ପ୍ରକ୍ରିୟା ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୦୨୦ ଫେବ୍ରୁଆରି ୨୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବା

ଯେଉଁ ଜମାକାରୀମାନେ ଓଡ଼ିଶାସ୍ଥିତ ଯେକୌଣସି ଡାକଘର ବା ବ୍ୟାଙ୍କମାନଙ୍କରେ ସ୍ୱଳ୍ପ ସଞ୍ଚୟ ଯୋଜନା ଅନ୍ତର୍ଗତ କିଷାନ ବିକାଶ ପତ୍ର, ସୁକନ୍ୟା ସମୃଦ୍ଧି ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାତୀୟ ସଞ୍ଚୟ ସାର୍ଟିଫିକେଟ ଅଷ୍ଟମ ଇସ୍ୟୁ, ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ, ଡାକଘର ମାସିକ ଆୟ ଯୋଜନା, ଜାତୀୟ ସଞ୍ଚୟ ମାସିକ ଆୟ ଯୋଜନା, ଡାକଘର ପୌନଃପନିକ ଜମା/ଜାତୀୟ ସଞ୍ଚୟ ପୌନଃପନିକ ଜମା ଏବଂ ପାଞ୍ଚ ବର୍ଷିଆ ଡାକଘର ଅବଧ ଜମା/ପାଞ୍ଚ ବର୍ଷିଆ ଜାତୀୟ ସଞ୍ଚୟ ଅବଧ ଜମା ଆଦି ଯୋଜନାମାନଙ୍କରେ ଅନ୍ୟୁନ ୨ ହଜାର ଟଙ୍କା ଚଳିତ କ୍ୟାଲେଣ୍ଡର ବର୍ଷରେ (ଜାନୁଆରୀ ୧ରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ) ନିବେଶ କରିବେ, ସେମାନେ ଚାହିଁଲେ ଏହି ଯୋଜନାରେ ଅଂଶଗ୍ରହଣ କରିପାରିବୋ ଏଥରେ ପ୍ରତ୍ୟେକ ୨ ହଜାର ଟଙ୍କା ଜମାରାଶି ପିଛା ଗୋଟିଏ ମାଗଣା କୁପନ ଆବଣ୍ଟନ କରାଯିବାର ବ୍ୟବସ୍ଥା ରହିଛିା ଏହି କୁପନ ସମସ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବ୍ଳକ୍‌ ଉନ୍ନୟନ ଅଧକାରୀଙ୍କ କାର୍ଯ୍ୟାନ୍ଵୟନରେ ଉପଲବ୍ଧା

ଏହି ଯୋଜନାରେ ଏକ ରାଜ୍ୟସ୍ତରୀୟ ଉଠାଣ ଆସନ୍ତା ୨୦୨୦ ଫେବ୍ରୁଆରୀ ୨୯ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବା ଏଥରେ ସମୁଦାୟ ୭ଟି ବର୍ଗରେ ୭୪ ଲକ୍ଷ ଟଙ୍କା ମୂଲ୍ୟର ୨୪୨୮ ଗୋଟି ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛିା ଏହି ଯୋଜନାର ପ୍ରଥମ ପୁରସ୍କାରର ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥଲାବେଳେ ସପ୍ତମ ପୁରସ୍କାରର ମୂଲ୍ୟ ୨ ହଜାର ଟଙ୍କା ରଖାଯାଇଛିା ଏହି ଯୋଜନାଟି ଜନସାଧାରଣଙ୍କ ମଧ୍ୟରେ ବିଶେଷ ଆଦୃତ ହେବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ବର୍ଷ କ୍ରମାଗତ ଭାବେ ଏହାର ଲୋକପ୍ରିୟତା ବୃଦ୍ଧି ପାଉଥବା ପରିଲକ୍ଷିତ
ହେଉଛିା ୨୦୧୭ କ୍ୟାଲେଣ୍ଡର ବର୍ଷରେ ୭୬,୪୫,୦୩୨ ସଂଖ୍ୟକ କୁପନ ବିତରଣ ହୋଇଥବାବେଳେ ୨୦୧୮ କ୍ୟାଲେଣ୍ଡର ବର୍ଷରେ ୮୮,୬୬,୭୧୭ ସଂଖ୍ୟକ କୁପନ ସ୍ୱଳ୍ପ ସଞ୍ଚୟ ଜମାକାରୀମାନଙ୍କ ଦ୍ୱାରା ସଂଗୃହୀତ ହୋଇଛିା ଏହି ଯୋଜନା ମାଧ୍ୟମରେ ନିରୀହ ଜନସାଧାରଣଙ୍କୁ ବିଭିନ୍ନ ସଦିଗ୍ଧ ଅଣବ୍ୟାଙ୍କିଙ୍ଗ୍‌ ସେବାକାରୀ
ଅର୍ଥଲଗାଣକାରୀ ସଂସ୍ଥାର ମିଥ୍ୟା ପ୍ରଲୋଭନ ଓ ଠକାମିରୁ ଦୂରେଇ ରଖବାକୁ ସରକାର ଅନେକାଂଶରେ ସଫଳ ହୋଇପାରିବେ ବୋଲି ମତପ୍ରକାଶ ପାଉଛିା

ସମ୍ବନ୍ଧିତ ଖବର