ଅରବିନ୍ଦ ଦାସ ‘ସମ୍ବାଦ’ ବାର୍ତ୍ତା ବିଭାଗ ନୂଆ ମୁଖ୍ୟ

ଭୁବନେଶ୍ୱର : ସର୍ବାଧିକ ପ୍ରସାରିତ ଓ ପଠିତ ଓଡ଼ିଆ ଦୈନିକ ‘ସମ୍ବାଦ’ର ନୂଆ ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଭାବେ ଅରବିନ୍ଦ ଦାସ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ପଶ୍ଚିମ ଓଡ଼ିଶାର ଦୁଇ ସଂସ୍କରଣ ସମ୍ବଲପୁର ଓ ରାଉରକେଲା ତଥା ଅନୁଗୁଳ ଓ ଉତ୍ତର ଓଡ଼ିଶା ସଂସ୍କରଣକୁ ନେଇ ଗଠିତ ଜୋନ-୨ର ମହାପ୍ରବନ୍ଧକ ଦାୟିତ୍ଵରେ ରହି ଆସିଥିଲେ। କଲେଜ ଜୀବନରେ ଛାତ୍ରନେତା ଭାବେ ପରିଚୟ ଆରମ୍ଭ କରିଥିବା ଶ୍ରୀ ଦାସ ୧୯୮୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ସ୍ନାତକୋତ୍ତର ପରୀକ୍ଷାରେ ଅନ୍ୟତମ ଟପ୍ପର ହେବାପରେ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଏକ ଦଶନ୍ଧିରୁ ଊଦ୍ଧ୍ଵର୍କାଳ ଅଧ୍ୟାପନା କରିଥିଲେ। ୨୦୦୨ରେ ‘ସମ୍ବାଦ’ ସମ୍ପାଦକ ସୋମ୍ୟରଂଜନ ପଟ୍ଟନାୟକଙ୍କ ଓଏସଡି ଭାବେ ଅଢ଼େଇ ବର୍ଷ କାର୍ଯ୍ୟ କରିବା ପରେ ୨୦୦୪ରୁ ୨୦୧୧ ବାଲେଶ୍ୱରଠାରେ ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ଭାବେ ଅବସ୍ଥାପିତ ହୋଇଥିଲେ। ଓଡ଼ିଶା ଗ୍ରନ୍ଥାଗାର ଆନ୍ଦୋଳନର ଅନ୍ୟତମ ପୁରୋଧା ସ୍ୱର୍ଗତ ଡ. ରାଧାଗୋବିନ୍ଦ ଦାସ ଓ ସ୍ୱର୍ଗତା ସାଧନା ଦାସଙ୍କ ତୃତୀୟ ପୁତ୍ର ଶ୍ରୀ ଦାସ ରାଜେନ୍ଦ୍ର କଲେଜର ପୁରାତନ ଛାତ୍ରସଂସଦର ସାଧାରଣ ସମ୍ପାଦକ। ଓସିଏ ଅମ୍ପାୟାର୍ସ ପାନେଲର ପ୍ରାକ୍ତନ ସଦସ୍ୟ ଶ୍ରୀ ଦାସ ମଧ୍ୟ ଜଣେ ସ୍ତମ୍ଭକାର ଓ ଟିଭି ଉପସ୍ଥାପକ।

ସମ୍ବନ୍ଧିତ ଖବର