ବିଜେଡି ଛାଡିବା ପରେ ବିଜେପି କାର୍ଯ୍ୟାଳୟରେ ଅର୍ଜୁନ, ପଦ୍ମ ଧରିବା ନେଇ ହେଉଛି ଚର୍ଚ୍ଚା

ଭୁବନେଶ୍ୱର: ଆଜି ସକାଳେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ତାଙ୍କ ପୁଅଙ୍କୁ ଭଦ୍ରକ ଲୋକସଭା ଆସନ ଲାଗି ଦଳୀୟ ଟିକେଟ ଦିଆ ନଯିବାରୁ ସେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହୋଇଥିଲା।

ଶନିବାର ସେ ଏହା ଖୋଲାଖୋଲି ପ୍ରକାଶ କରିବା ସହ ବିଜେଡିରେ ଟିକେଟ ଆବଣ୍ଟନରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ କି, ସେ ବୟସାଧିକ୍ୟ ହେତୁ ନିର୍ବାଚନ ଲଢ଼ିବେ ନାହିଁ ଓ ତାଙ୍କ ସ୍ଥାନରେ ତାଙ୍କ ପୁତ୍ରକୁ ପ୍ରାର୍ଥୀ କରାଯାଉ ବୋଲି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ମାତ୍ର ଦଳ ତାଙ୍କ ପୁଅକୁ ଟିକେଟ ନଦେଇ ମଞ୍ଜୁଲତା ମଣ୍ଡଳଙ୍କୁ ଟିକେଟ ଦେଇଥିଲା`
ବିଜେଡି ଛାଡ଼ିବା ପରେ ଆଜି ସେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଶ୍ରୀ ସେଠୀଙ୍କୁ ଆଜି ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିିଳିଛି। ସେହିପରି ବିଜେପି ଲୋକସଭା ଆସନରୁ ସେ ଭଦ୍ରକ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଆଜି ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ସେଠୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ କହିଛନ୍ତି, ‘ବିଜେଡି ପ୍ରାର୍ଥୀ ଚୟନରେ ଅନିୟମିତତା ଲକ୍ଷ୍ୟ କରାଯାଇଛି। ଯେଉଁମାନଙ୍କର ଯୋଗ୍ୟତା ନାହିଁ ସେମାନଙ୍କୁ ଟିକେଟ୍‌ ମିଳିଛି, ମୋ ପୁଅକୁ ଚୟନ କରାଗଲାନି, ସେଥିପାଇଁ ମୁଁ ମର୍ମାହତ । ଏବେ ବିଜେଡି ବିଜୁବାବୁଙ୍କ ନୀତି ଆଦର୍ଶକୁ ଭୁଲିଯାଇଛି ବୋଲି କହିଛନ୍ତି ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ସେଠୀ ।

ସେ ଆହୁରି କହିଛନ୍ତି ଯେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ଲାଗି ୪ ଘଣ୍ଟା ଅପେକ୍ଷା କରିଥିଲେ ମାତ୍ର ଦେଖା କରିପାରିଲି ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ କ୍ଷମତା କେନ୍ଦ୍ରମାନେ ତାଙ୍କୁ ଦେଖା କରାଇ ଦେଲେ ନାହିଁ। ଏହା ତାଙ୍କୁ ଖୁବ୍‌ ଆଘାତ ଦେଇଛି । ଏହାପରେ ସେ ଅନୁଭବ କଲେ ଯେ ବିଜେଡି ଲାଗି ଅନାବଶ୍ୟକ ହୋଇ ପଡ଼ିଛନ୍ତି। ତେଣୁ ଇସ୍ତଫା ଦେଇଛି।

ସମ୍ବନ୍ଧିତ ଖବର