୭ ଲକ୍ଷ ଜବତ କଲେ ଫ୍ଲାଇଂ ସ୍କ୍ବାଡ

ଜଗତସିଂହପୁର/ଭୁବନ/ମାଲକାନଗିରି : ନିର୍ବାଚନ ପାଇଁ ନିଯୁକ୍ତ ଫ୍ଲାଇଂ ସ୍କ୍ବାଡ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ଲକ୍ଷ ଟଙ୍କା ଜବତ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ଫ୍ଲାଇଂ ସ୍କ୍ବାଡ ଜଗତ୍‌ସିଂହପୁରର ତିର୍ତ୍ତୋଲ ବାଲିଆ ଛକଠାରେ ଯାନବାହନ ଯାଞ୍ଚ କରୁଥିବା ସମୟରେ ଏକ କାର୍‌ରୁ ୩ ଲକ୍ଷ ଟଙ୍କା ଜବତ କରିଥିଲେ। ଗାଡ଼ିର ଚାଳକ ଉକ୍ତ ଟଙ୍କା ସମ୍ପର୍କରେ କୌଣସି ତଥ୍ୟ ଦେଇପାରି ନଥିଲେ କି କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ। ଫଳରେ, ଗାଡ଼ି ଚାଳକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ଭୁବନ-ଅନନ୍ତପୁର ରାସ୍ତାରେ ଫ୍ଲାଇଂ ସ୍କ୍ବାଡ୍ ପକ୍ଷରୁ ଗାଡି ଯାଞ୍ଚ କରାଯାଉଥିଲା। ଏହି ସମୟରେ ସେହି ରାସ୍ତାରେ ଏକ ବଲେରୋ ( ଓଡି ୦୬ ଏଫ- ୦୬୭୪) ଯାଉଥିବ ବେଳେ ଫ୍ଲାଇଂ ସ୍କ୍ବାଡ୍ ଗାଡ଼ିକୁ ଅଟକାଇଥିଲେ। ତନଖି କରିବା ସମୟରେ ସେଥିରେ ୨ଲକ୍ଷ ୬ ହଜାର ୭ଶହ ଟଙ୍କା ଥିବା ଜଣାପଡ଼ିଥିଲା। ଏତେ ଟଙ୍କା କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା ବୋଲି ସ୍କ୍ବାଡ୍ ପଚାରିବାରୁ ଉକ୍ତ ଗାଡିର ମାଲିକ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ମୁଲ ସିଂ ରାଠୋଡ଼ କୈାଣସି ସନ୍ତୋଷଜନକ ଉତ୍ତର ଦେଇନପାରିନଥିଲେ। ଫଳରେ ପୁଲିସ ଉକ୍ତ ଟଙ୍କାକୁ ଜବତ କରି ତଦନ୍ତ ଚଳାଇଛି।

ଆଜି ସଂଧ୍ୟାରେ ମାଲକାନଗିରି ପୁଲିସ ଏକ ହୋଟେଲ୍‌ରେ ଚଢ଼ାଉ କରି ୨ଲକ୍ଷ ଟଙ୍କା ଜବତ କରିଛି। ହି ରୁମରେ ରହୁଥିବା ଯାଜପୁର ଜିଲ୍ଲାର ପ୍ରଶାନ୍ତ କୁମାର ପଣ୍ଡା ନାମକ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଚରା ଉଚୁରା ଜାରି ରହିଥିବା ବେଳେ ପ୍ରଶାନ୍ତ କୌଣସି ଉତ୍ତର ଠିକ୍ ରୂପେ ଦେଇପାରୁ ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର