ଜୁନ୍‌ ପ୍ରଥମ ସପ୍ତାହରେ କଳା ଓ ବାଣିଜ୍ୟ ଫଳ

ଭୁବନେଶ୍ୱର : ଜୁନ୍‌ ପ୍ରଥମ ସପ୍ତାହରେ କଳା ଏବଂ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ। ଉକ୍ତ ଦୁଇ ବିଭାଗର ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇଛି। ମାନୁଆଲ୍‌ ଖାତା ମୂଲ୍ୟାୟନ ହେଉଥିବାରୁ କିଛି ଦିନ ବିଳମ୍ବ ହୋଇପାରେ। ତଥାପି ଜୁନ୍‌ ୨ ତାରିଖ ମଧ୍ୟରେ ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଲାଗି ତାରିଖ ଘୋଷଣା ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର