ନୂଆ ଓଡ଼ିଶାର ଚିତ୍ର ଆଙ୍କିଲେ, ବିଶ୍ବରେ ଓଡ଼ିଶାର ସ୍ଥାନ ନେଇ ସ୍ବପ୍ନ ଦେଖାଇଲେ

କୃଷକ କଲ୍ୟାଣ କରି ଦାରିଦ୍ର୍ୟ ହାର ୫%କୁ କମାଇବାକୁ ଲକ୍ଷ୍ୟ

ଭୁବନେଶ୍ବର: କୃଷି ଓ କୃଷକର କଲ୍ୟାଣ ମାଧ୍ୟମରେ ଆସନ୍ତା ୫ ବର୍ଷରେ ଦାରିଦ୍ର୍ୟ ହାର ୫ ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ଏମିତି ଏକ ନୂତନ ଓ ସଶକ୍ତ ଓଡ଼ିଶା ଗଠନ କରିବା, େଯଉଁଠି ଦାରିଦ୍ର୍ୟ ଇତିହାସ ପୃଷ୍ଠାରେ ରହିଯିବ। େଯଉଁଠି ରାଜ୍ୟରେ ଅଭିବୃଦ୍ଧି ଓ ବିକାଶରେ ମହିଳାମାନେ ସହଭାଗୀ େହାଇଥିବେ। େଯଉଁଠି ବିକାଶର ଦୃଶ୍ୟପଟ୍ଟରେ ସମସ୍ତ ଦୁର୍ବଳ ବର୍ଗଙ୍କୁ ସାମିଲ କରାଯାଇ ସାମଗ୍ରିକ ଅଭିବୃଦ୍ଧି ହାସଲ େହଉଥିିବ। େଯଉଁଠି ଯୁବପିଢ଼ିର ସ୍ବପ୍ନ ସାକାର େହଉଥିବ। ଆଜି ରାଜ୍ୟବାସୀଙ୍କୁ ନୂଆ ସରକାରର ଏମିତି ସ୍ବପ୍ନ ସଂପର୍କରେ ନିଜ ଅଭିଭାଷଣରେ ଅବଗତ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ ପାଳି ତଥା େଷାଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ବିଧାୟକମାନଙ୍କୁ ରାଜ୍ୟପାଳ ପ୍ରବର୍ତାଇଛନ୍ତି େଯ ଏହିଭଳି ଏକ ଓଡ଼ିଶା ଗଠନ ପାଇଁ ଦ୍ରୁତ ପରିବର୍ତନ ଯାତ୍ରାରେ ଧ୍ୟାନ େକନ୍ଦ୍ରୀଭୂତ କରନ୍ତୁ। ସାରା ବିଶ୍ବକୁ ଜଣାଇ ଦିଅନ୍ତୁ େଯ ଓଡ଼ିଶା ସମୟ ଏବେ ଆସିଛି ଓ ଆମ ସମସ୍ତଙ୍କ ପାଇଁ ଏହିକ୍ଷଣରୁ ହିଁ ଆରମ୍ଭ େହଉଛି। ବିଶ୍ବସ୍ତରରେ ଓଡ଼ିଶାକୁ ସ୍ବତନ୍ତ୍ର ସ୍ଥାନରେ ରଖିବା ଲାଗି ସରକାରଙ୍କ ସଂକଳ୍ପ ସଂପର୍କରେ ରାଜ୍ୟପାଳ ବାରମ୍ବାର ଠାରିଛନ୍ତି।

ବିନା ସୁଧରେ ଚାଷୀଙ୍କୁ ୧ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ
ଜଳସେଚନ ପାଇଁ ଅତିରିକ୍ତ ୫୦ ହଜାର େକାଟି ବିନିେଯାଗ ଲକ୍ଷ୍ୟ
ମହିଳା ସ୍ବୟଂ ସହାୟକ େଗାଷ୍ଠୀକୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାରେ ମହିଳାମାନଙ୍କୁ ଚିକିତ୍ସା ସହାୟତା ୧୦ ଲକ୍ଷ

ସମ୍ଭବତଃ ବିଧାନସଭା ଇତିହାସରେ ରାଜ୍ୟପାଳ ଆଜି ସବୁଠାରୁ ସଂକ୍ଷିପ୍ତ ଅଭିଭାଷଣ ରଖିଛନ୍ତି। ମାତ୍ର ୧୫ ପୃଷ୍ଠାର ପୁସ୍ତିକାକୁ ରାଜ୍ୟପାଳ ୧୫ ମିନିଟ୍ ମଧ୍ୟରେ ଶେଷ କରିଥିଲେ। ରାଜ୍ୟପାଳ କହିଥିଲେ, ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପ୍ରତିବଦ୍ଧତା ସହିତ ପାଳନ ଲାଗି ସରକାର ଶପଥ ଗ୍ରହଣ କରିବା ପରେ ପଦକ୍ଷେପ ନେଇଛନ୍ତି। ସେହିଦିନ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଡକାଇ ଇସ୍ତାହାରରେ ଦିଆଯାଇଥିବା ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ ଓ ନିର୍ଦିଷ୍ଟ ସମୟସୀମା ଭିତରେ ସାରିବାକୁ ନିଷ୍ପତ୍ତି େନଇଛନ୍ତି। ଏହି କ୍ରମରେ ଗମନାଗମନ, ପାନୀୟ ଜଳ, ବିଦ୍ୟୁତ େଯାଗାଣ, କୃଷି େକ୍ଷତ୍ରରେ ଜଳସେଚନ ମାଧ୍ୟମରେ ସମୃଦ୍ଧି ହାସଲ, ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ଭଳି ମୌଳିକ ଭିତ୍ତିଭୂମିର ନିର୍ମାଣକୁ ସରକାର ଅଗ୍ରାଧିକାର ଦେବେ। କାଳିଆ େଯାଜନା ଚାଲୁ ରହିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନା ସୁଧରେ େଯାଗାଇ ଦିଆଯିବ। ଜଳସେଚନ ପାଇଁ ଅତିରିକ୍ତ ୫୦ ହଜାର େକାଟି ଟଙ୍କା ବିନିେଯାଗ େହବ।

ରାଜ୍ୟପାଳ କହିଥିଲେ, ମିସନ ଶକ୍ତି ଅଧୀନରେ ଥିବା ମହିଳା ସ୍ବୟଂ ସହାୟକ େଗାଷ୍ଠୀ ୫୦୦୦ େକାଟି ଟଙ୍କାର ସରକାରୀ କାମ ପାଇବେ। ମହିଳା ସ୍ବୟଂ ସହାୟକ େଗାଷ୍ଠୀକୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ େଯାଗାଇ ଦିଆଯିବ। ମିସନ ଶକ୍ତି ପାଇଁ ଏକ ପୃଥକ୍ ବିଭାଗ ହେବ। ପଞ୍ଚାୟତ, ବ୍ଲକ ଠାରୁ ଜିଲ୍ଲା ଓ ରାଜ୍ୟସ୍ତରୀୟ ମହାସଂଘ ଗଠନ କରାଯିବ। ପ୍ରତି ପଞ୍ଚାୟତ ଓ ଜିଲ୍ଲା ସଦର ମହକୁମାରେ ମିସନ ଶକ୍ତି ଭବନ ନିର୍ମାଣ େହବ। ସ୍ବୟଂ ସହାୟକ େଗାଷ୍ଠୀର କାର୍ଯ୍ୟଧାରା ପରିବର୍ତନ କରାଯାଇ ସେମାନଙ୍କୁ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ କରାଯିବ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାରେ ମହିଳାମାନେ ସେମାନଙ୍କ ଚିକିତ୍ସା ପାଇଁ ୭ଲକ୍ଷ ନୁହେଁ ୧୦ଲକ୍ଷ ଟଙ୍କା ପାଇବେ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ। ଅଧିକ ସୂଚନା ଦେଇ ଜଣାଇଥିଲେ େଯ ସାମାଜିକ ସୁରକ୍ଷା , ପେନସନ୍ େଯାଜନାରେ ସରକାର ବିଧବା ଓ ନିରାଶ୍ରୟା ମହିଳାଙ୍କୁ ସାମିଲ କରାଯିବ। ମହିଳା ଉଦ୍ୟୋଗୀଙ୍କୁ ସୁଧ ରିହାତି ସୁବିଧା ମିଳିବ। ସଂସଦ ଓ ବିଧାନସଭାରେ ମହିଳାଙ୍କ ନିମନ୍ତେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ସରକାର ଆଗକୁ ନେବେ। ରାଜ୍ୟପାଳ କହିଥିଲେ, ସରକାର ଅବଶିଷ୍ଟ ୧୨୪ଟି ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା େହବ। ଛାତ୍ରଛାତ୍ରୀଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯିବ। ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ନିଃଶୁକ୍ଳ ଵାଇ-ଫାଇ ସେବା ଉପଲବ୍ଧ ହେବ। ଉଚ୍ଚ ବିଦ୍ୟାଳୟରେ ଆଇଟି ପରୀକ୍ଷାଗାର ସ୍ଥାପନ େହବ। ଏକ ମେଧାବୃତ୍ତି ପରିଷଦ ଗଠନ େହବ, ଯାହା ମାଧ୍ୟମରେ େମଧା ଓ ସାମାଜିକ ଅର୍ଥନୈତିକ ଭିତ୍ତିରେ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ।

୬ଟି େକ୍ଷତ୍ର ପ୍ରମୁଖ େକ୍ଷତ୍ରରେ ୩୦ଲକ୍ଷ ନିଯୁକ୍ତି ସୁେଯାଗ କରାଯିବ େବାଲି ସୂଚନା େଦଇ ରାଜ୍ୟପାଳ କହିଥିଲେ, ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଶିକ୍ଷିତଙ୍କୁ ୭୫% ନିଯୁକ୍ତି ସଂରକ୍ଷଣ ରହିବ। ବିଶ୍ବ ଦକ୍ଷତା େକନ୍ଦ୍ର୧.୫ଲକ୍ଷ ଅତି କୁଶଳୀ ଦକ୍ଷତାପ୍ରାପ୍ତ ବୃତ୍ତିଧାରୀ ସୃଷ୍ଟି କରିବ। ସ୍କିଲ୍ ଇନ୍ ଇଣ୍ଡିଆ ମାଧ୍ୟମରେ ୫ବର୍ଷ ମଧ୍ୟରେ ୧୫ଲକ୍ଷ କୁଶଳୀ ଯୁବକ ଯୁବତୀ ସୃଷ୍ଟି େହବେ।
ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ବସ୍ତରୀୟ େଗାଷ୍ଠୀ େକନ୍ଦ୍ର ପ୍ରତିଷ୍ଠା କରାଯିବ। ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀ କଲ୍ୟାଣ େବାର୍ଡ ଗଠନ କରାଯିବ। ପୂଜକ, ନାପିତ, ରଜକଙ୍କ ପରି ପାରମ୍ପରିକ ଜୀବିକା ଅର୍ଜନରେ େଯଉଁମାନେ ନିେୟାଜିତ ଅଛନ୍ତି, େସମାନଙ୍କ ପାଇଁ ସରକାର କଲ୍ୟାଣ େବାର୍ଡ ଗଠନ କରିବେ। ୫ ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା େଯାଗାଇ ଦିଆଯିବ। ଓଡ଼ିଶାକୁ କ୍ରୀଡ଼ାର ମୁଖଶାଳା କରିବା ପାଇଁ ବିଶ୍ବସ୍ତରୀୟ ପ୍ରଶିକ୍ଷଣ ଓ େକାଚିଂ ସୁବିଧା ସୃଷ୍ଟି କରିବେ ସରକାର। ରାଜ୍ୟପାଳ କହିଥିଲେ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ଯାକ ବ୍ଲକରେ ବିଶ୍ବସ୍ତରୀୟ େଖଳାଳି ସୃଷ୍ଟି ପାଇଁ ହକି ପଡ଼ିଆରେ ଉନ୍ନତମାନର ଆେଷ୍ଟ୍ରାଟର୍ଫ ବିଛାଯିବ। ଏପଟେ ଶିକ୍ଷାର ବିକାଶ ପାଇଁ ୧୧୪ଟି ସ୍ଥାନରେ ବହୁମୁଖୀ ଅତ୍ୟାଧୁନିକ ସହରାଞ୍ଚଳ ଛାତ୍ରାବାସ ସ୍ଥାପନ େହବ।

ରାଜ୍ୟପାଳ କହିଥିଲେ, ସାମିଲ େହାଇନଥିବା ସମସ୍ତ େଯାଗ୍ୟ ଶ୍ରମିକଙ୍କୁ ଓଡ଼ିଶା େକାଠାବାଡି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ େବାର୍ଡ ଅଧୀନରେ ଅନ୍ତର୍ଭୁକ୍ତ େହବେ। ପ୍ରବାସୀ ନିର୍ମାଣ ଶ୍ରମିକଙ୍କୁ ଉଭୟ ଜନ୍ମ ଓ ପ୍ରବାସ ସ୍ଥାନରେ ନିୟମିତ ଭାବେ ପଞ୍ଜୀକରଣ କରାଯିବ। ଆସନ୍ତା ୫ବର୍ଷ ମଧ୍ୟରେ ଅସଂଗଠିତ େକ୍ଷତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କୁ ପର୍ଯ୍ୟାୟକ୍ରମେ ଓଡ଼ିଶା ଅସଂଗଠିତ ଶ୍ରମିକ ସାମାଜିକ ନିରାପତ୍ତା େବାର୍ଡରେ ହିତାଧିକାରୀ ଭାବେ ପଞ୍ଜୀକୃତ କରାଯିବ। ଅବଶିଷ୍ଟ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବାକୁ ସରକାର ପ୍ରାଥମିକତା ଦେବେ ବାଲି ସୂଚାଇ ରାଜ୍ୟପାଳ କହିଥିଲେ, ଜାଗା ମିସନ ମାଧ୍ୟମରେ ସହରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରାଯିବ। ଅଧିକ ସ୍ଥାନରେ ଆହାର େକନ୍ଦ୍ର େଖାଲିବ ଓ ଚାଲୁଥିବା ଆହାର େକନ୍ଦ୍ରରେ ରାତ୍ରି ଆହାର ବ୍ୟବସ୍ଥା େହବ। ଆସନ୍ତା ୩ ବର୍ଷ ମଧ୍ୟରେ ୫ଟି ନୂଆ ସରକାରୀ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ େଶଷ ହେବ। ଖାଲିଥିବା ପଦବି ପୂରଣ ସହ ନୂଆ ପଦବି ସୃଷ୍ଟି େହବ। ରାଜ୍ୟ ସରକାର ଖୁବ୍ ଶୀଘ୍ର ନୂତନ ଶିଳ୍ପ ନୀତି ପ୍ରଣୟନ କରିବେ। ସବୁ ପ୍ରମୁଖ େକ୍ଷତ୍ରରେ ଶିଳ୍ପ ପାର୍କ ସୃଷ୍ଟି କରାଯିବ। କ୍ଷୁଦ୍ର ଓ ମଧ୍ୟମ ଉେଦ୍ୟାଗ ପ୍ରତିଷ୍ଠା ନିମନ୍ତେ ଶିଳ୍ପ କରିଡର ସୃଷ୍ଟି କରାଯିବ। ଉେଦ୍ୟାଗୀଙ୍କୁ ରିହାତି ସୁଧ ହାରରେ ଋଣ େଯାଗାଇ ଦିଆଯିବ। ସମସ୍ତ ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଜଳ ନିଷ୍କାସନ ଏବଂ ପାନୀୟ ଜଳ ବ୍ୟବସ୍ଥାକୁ ସରକାର ସୁନିଶ୍ଚିତ କରିବେ। ଓଡ଼ିଶା ସ୍ମାର୍ଟ ସିଟିଜ୍ ମିସନରେ ୫ଟି ମହାନଗରକୁ ସ୍ମାର୍ଟ ସିଟି ରୂପେ ବିକଶିତ କରାଯିବ। ରାଜ୍ୟପାଳ କହିଥିଲେ, ବିଜୁ ଏକ୍ସପ୍ରେସ େଵ ମାଧ୍ୟମରେ ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ଭାଗକୁ ସଂଯୋଗ କରାଯିବ। କଟକକୁ ସ୍ମାର୍ଟ ସିଟି ଭୁବନେଶ୍ବର ମଧ୍ୟରେ େମଟ୍ରୋ ରେଳ ସେବା ଉପଲବ୍ଧ ହେବ। ପୁରୀକୁ ବିଶ୍ବ ଐତିହ୍ୟ ନଗରରେ ପରିଣତ କରାଯିବ। ପ୍ରତି ଜିଲ୍ଲାରେ ଜିଲ୍ଲା ପର୍ଯ୍ୟଟନ ପରିଷଦ ଗଠନ କରାଯିବ।

ସମ୍ବନ୍ଧିତ ଖବର