ଢଙ୍କଣା ନଦୀ କୂଳରୁ ମିଳିଲା ପ୍ରାଚୀନ ସଭ୍ୟତାର ଚିହ୍ନ

ଔପଦା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ଅଧୀନ ଢଙ୍କଣା ନଦୀ କୂଳରେ ଅବସ୍ଥିତ ଗଡ଼ ଗ୍ରାମ ନିକଟରେ ଥିବା ଦୁଇଟି ଗଡ଼ ତଳେ ପ୍ରାଚୀନ ସଭ୍ୟତାର ଚିହ୍ନ ଦେଖିବାକୁ ମିଳିଛି। ଔପଦା ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ତଥା ପ୍ରତ୍ନତତ୍ତ୍ୱବିତ୍‌ ଡ. ଅତୁଲ କୁମାର ପ୍ରଧାନ ଓ ପୂର୍ବତନ ଅଧ୍ୟକ୍ଷ ତଥା ମୁଦ୍ରାଶାସ୍ତ୍ରୀ ଡ. ଅଜୟ କୁମାର ନାୟକଙ୍କ ମିଳିତ ସର୍ବେକ୍ଷଣରୁ ନଦୀକୂଳରୁ ପ୍ରଚୁର ମାତ୍ରାରେ ମାଟିପାତ୍ର, ପ୍ରସ୍ତର ଉପକରଣ, ପ୍ରସ୍ତର ନିର୍ମିତ ହାଣ୍ଡି, ମାଟିପାତ୍ର, ଅଙ୍ଗୁଳି ଛାପ ଥିବା ମାଟି ସାମଗ୍ରୀ, ପଶୁହାଡ଼ ଓ ନଖ ସଂଗ୍ରହ କରାଯାଇଛି।

ସମ୍ବନ୍ଧିତ ଖବର