ଅରୂପ ପଟ୍ଟନାୟକଙ୍କ ମାତୃ ବିୟୋଗ

ପୁରୁଣା ଭୁବନେଶ୍ୱର : ମୁମ୍ବାଇର ପୂର୍ବତନ ପୁଲିସ କମିସନର ତଥା ରାଜ୍ୟ ନିଯୁକ୍ତି ମିସନ୍‌ର ଅଧ୍ୟକ୍ଷ ଅରୂପ ପଟ୍ଟନାୟକଙ୍କ ମା’ ରେଣୁକା ପଟ୍ଟନାୟକଙ୍କର ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ସେ ଜଣେ ଧର୍ମପରାୟଣା ମହିଳା ଥିଲେ। ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ପୁଅ ଅରୂପ, ସନ୍ଦୀପ, ଝିଅ ଦୀପିକା, ଗୀତିକା, ଜ୍ୱାଇଁ ସତ୍ୟ ପ୍ରକାଶ, ରବୀନ୍ଦ୍ର ନାଥ, ଭାଇ ପ୍ରିୟବ୍ରତ ଦାସ, ପୁଣ୍ୟବ୍ରତ ଦାସ, ସୁବ୍ରତ ଦାସଙ୍କ ସମେତ ବନ୍ଧୁ ପରିଜନ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଖବର ଶୁଣି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଦେବୀ ମିଶ୍ର, ବିଜେପି ନେତା ଅମିୟ ଦାଶ ପ୍ରମୁଖ ତାଙ୍କ ଡୁମୁଡୁମା ଭକ୍ତ ମଧୁନଗରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସେଠାରୁ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ କଟକ ଖାନନଗର ଶ୍ମଶାନକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର