ଅରୂପ ପଟ୍ଟନାୟକଙ୍କ ସମ୍ପତ୍ତି ୯ କୋଟି ୨୭ ଲକ୍ଷ

ଖୋର୍ଦ୍ଧା : ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଆଜି ପୂର୍ବତନ ଆଇପିଏସ୍‌ ଅଧିକାରୀ ତଥା ବିଜୁ ଯୁବ ବାହିନୀର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦାଖଲ କରିଥିବା ସତ୍ୟପାଠରେ ନିଜର, ନିଜ ପରିବାର ଓ ପତ୍ନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୯ କୋଟି ୨୭ ଲକ୍ଷ ଟଙ୍କା ଦର୍ଶାଇଛନ୍ତି। ସତ୍ୟପାଠରେ ୨୦୧୩-୧୪ ଆର୍ଥିକ ବର୍ଷ‌େର ବାର୍ଷିକ ଆୟ ୨୨ଲକ୍ଷ ୪୪ ହଜାର ୫୦୦ ଟଙ୍କା ଦର୍ଶାଇଥିବାବେଳେ ୨୦୧୭-୧୮‌େର ବାର୍ଷିକ ଆୟ ୧କୋଟି ୨୭ଲକ୍ଷ ୮୧ହଜାର ଟଙ୍କା ଦର୍ଶାଇଛନ୍ତି। ସେହିଭଳି ପତ୍ନୀଙ୍କ ୨୦୧୭-୧୮ରେ ବାର୍ଷିକ ଆୟ ୬୩ ଲକ୍ଷ ୩୬ ହଜାର ଦର୍ଶାଇଛନ୍ତି। ନିଜ ନିକଟରେ ୩୫ ହଜାର ଟଙ୍କା ନଗଦ ଥିବାବେଳେ ପତ୍ନୀଙ୍କ ହାତରେ ୨୯ହଜାର ଟଙ୍କା ରହିଛି। ସେହିଭଳି ନିଜ ପାାଖରେ ଥିବା ସୁନାଗହଣା, ବ୍ୟାଙ୍କ ଜମା, ବଣ୍ତ୍, ବନ୍ଧୁକ ଆଦିର ମୋଟ ମୂଲ୍ୟ ୧ କୋଟି ୩୨ଲକ୍ଷ ୧୯ ହଜାର ୪୨୬ ଟଙ୍କା ଦର୍ଶାଇଥିବାବେଳେ ପତ୍ନୀଙ୍କ ନିକଟରେ ୧କୋଟି ୫୩ଲକ୍ଷ ୪ହଜାର ୨୨୯ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବା ଦର୍ଶାଇଛନ୍ତି। କୃଷି ଓ ଅଣକୃଷି ଜମି, ଘରବାଡ଼ି ଆଦି ନିଜ ନାମରେ ଥିବା ସମ୍ପତ୍ତିର ମୂଲ୍ୟ ୧କୋଟି ୨୯ଲକ୍ଷ ଟଙ୍କା ଥିବା ଦର୍ଶାଇଥିବାବେଳେ ପତ୍ନୀଙ୍କ ନାମରେ ଥିବା ସମ୍ପତ୍ତିର ମୂଲ୍ୟ ୫କୋଟି ୫ଲକ୍ଷ ୫ ହଜାର ଟଙ୍କା ଦର୍ଶାଯାଇଛି। ଏହାଛଡ଼ା ସେ ଆଇପିଏସ୍‌ରୁ ଅବସର ପରେ ପାଉଥିବା ପେନ୍‌ସନ୍‌ ଓ ଏବେ ରାଜ୍ୟ ସରକାରଙ୍କ ଯୁବ ମଙ୍ଗଳ ବୋର୍ଡରୁ ନେଉଥିବା ଦରମା ନିଜ ଆୟରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର