ବିଧାନସଭା ସମ୍ମୁଖରେ ଓଡ଼ିଶା ଆଶାକର୍ମୀଙ୍କ ଧାରଣା ଜାରି

ଭୁବନେଶ୍ୱର : ବିଧାନସଭା ଆଗରେ ଓଡ଼ିଶା ଆଶାକର୍ମୀ ଆସୋସିଏସନ୍‌ (ସିଆଇଟିୟୁ)ର ଧାରଣା ଆଜି ମଧ୍ୟ ଜାରି ରହିଛି। ଏନ୍‌.ଏଚ୍‌.ଏମ୍‌.ଙ୍କୁ ସ୍ଥାୟୀ କରିବା, ମାସିକ ୧୮ ହଜାର ଟଙ୍କା ଦରମା, ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌, ପେନ୍‌ସନ୍‌ ଓ ବୀମା ଲାଗୁ କରିବା, ପ୍ରତି ମାସ ୧୦ ତାରିଖ ସୁଦ୍ଧା ସମସ୍ତ ପ୍ରାପ୍ୟ ଦେବା, ସମସ୍ତ ଡାକ୍ତରଖାନାରେ ଆଶାଗୃହ ଯୋଗାଇଦେବା, ଆଶାଗୃହରେ ରୋଟେସନ୍‌ କରି ମ୍ୟାନେଜ୍‌ମେଣ୍ଟ୍‌ ଦେବା, ଭି.ଏଚ୍‌.ଏନ୍‌.ଡି ଓ ସେକ୍ଟର ମିଟିଂ ଆଲାଉନ୍‌ସ୍‌ ବୃଦ୍ଧି, ବିନା ପାରିଶ୍ରମିକରେ କାମ ନଦେବା, ଲେବର ରୁମ୍‌ରେ ଆଶା କର୍ମୀଙ୍କ ପ୍ରବେଶକୁ ଅନୁମତି ଦେବା, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତ କାର୍ଯ୍ୟରେ ଆଶାକର୍ମୀଙ୍କୁ ନିୟୋଜିତ କରିବା, ସେକ୍ଟର ମିଟିଂ ଓ ଭି.ଏଚ୍‌.ଏନ୍‌.ଭି ଭତ୍ତା ବୃଦ୍ଧି ଦାବିରେ ଆଜି ଆଶାକର୍ମୀମାନେ ସାରା ରାଜ୍ୟରେ କାର୍ଯ୍ୟବନ୍ଦ କରି ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି। ସଂଘର ସଭାପତି ରାଧାରମଣ ଷଡ଼ଙ୍ଗୀ, ଲମ୍ବୋଦର ନାୟକ, ସୁରେଶ ରାଉତରାୟ, ସଞ୍ଜୟ ବେହେରା, ନଳିନୀ ସାହୁ, କ୍ଷୀରମଣି ମହନ୍ତ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଆଜି କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ଆଶାକର୍ମୀମାନେ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର