ଆଶୀର୍ବାଦ ଠକେଇ: ନିର୍ଦ୍ଦେଶକ ସୁକାନ୍ତଙ୍କ ଜାମିନ ଖାରଜ

କଟକ : ଆଶୀର୍ବାଦ ମଲ୍ଟି ପରପୋଜ୍ ସଂସ୍ଥା ନିର୍ଦେଶକ ସୁକାନ୍ତ ମହାପାତ୍ରଙ୍କ ଜାମିନ ହାଇକୋର୍ଟରେ ଖାରଜ ହୋଇଛି। ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁକାନ୍ତଙ୍କ ଜାମିନ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ବିବେକାନନ୍ଦ ଭୂୟଁ। ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଆଶୀର୍ବାଦ ସଂସ୍ଥା ଭୁବନେଶ୍ବରରେ ମୁଖ୍ୟ କାର୍ଯ୍ୟାଳୟ ଖୋଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଶାଖା କାର୍ଯ୍ୟାଳୟ ଖୋଲି ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଜମାକାରୀଙ୍କ ନିକଟରୁ ସଂଗ୍ରହ କରିଥିଲା। ପ୍ରତିଶ୍ରୁତି ମୁତାବକ ଟଙ୍କା ନ ଫେରାଇବାରୁ ଜମାକାରୀଙ୍କ ଅଭିଯୋଗକ୍ରମେ ବାଲିପାଟଣା ଥାନାରେ ୨୦୧୫ରେ ଏ ନେଇ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଠକେଇ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ନେଇଥିଲା।

ସମ୍ବନ୍ଧିତ ଖବର