ତୁହିନକାନ୍ତ ପ୍ରମୁଖ ଆବାସିକ ଆୟୁକ୍ତ, ଅଶୋକ ମୀନାଙ୍କୁ ଅର୍ଥ ବିଭାଗ ଦାୟିତ୍ବ

ଭୁବନେଶ୍ବର : କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଚାହୁଁଥିଲେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ। ପରବର୍ତୀ ସମୟରେ ବ୍ୟକ୍ତିଗତ କାରଣ ଦର୍ଶାଇ ୪ମାସ ଛୁଟି ମାଗିଥିଲେ।

ରାଜ୍ୟ ସରକାର େକନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଅନୁମତି ଦେଲେନି କିମ୍ବା ଛୁଟିରେ ଛାଡିଲେନି। ଶ୍ରୀ ପାଣ୍ଡେଙ୍କୁ ଅସନ୍ତୁଷ୍ଟ କଲେନି, କିନ୍ତୁ ତାଙ୍କ ଦାବି ବି ଶୁଣିେଲନି। ଆଜି ସନ୍ଧ୍ୟାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି, ଶ୍ରୀ ପାଣ୍ଡେ ଏବେ ପ୍ରମୁଖ ଆବାସିକ ଆୟୁକ୍ତ ଭାବେ କାର୍ଯ୍ୟ କରିବେ। ଅର୍ଥାତ ତାଙ୍କ ପସନ୍ଦର ସ୍ଥାନ ନୂଆଦିଲ୍ଲୀକୁ ତାଙ୍କୁ ବଦଳି କରାଯାଇଛି। ଗତକାଲି ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସର ତଥା ନୂଆଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ ଆୟୁକ୍ତ ବିପିନ ସାକ୍ସେନା ଅବସର ନେଇଥିଲେ।

ଅନ୍ୟପକ୍ଷରେ ଶ୍ରୀ ପାଣ୍ଡେଙ୍କ ସ୍ଥାନରେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଅର୍ଥ ବିଭାଗ ଦାୟିତ୍ବରେ ଥିବା ସ୍ବତନ୍ତ୍ର ଶାସନ ସଚିବ ଅଶୋକ କୁମାର ମୀନାଙ୍କୁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିେର୍ଦଶକ ଗିରିଶ ଏସ୍ ଏନଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ େଯାଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର କୁମାର ଜେନାଙ୍କୁ ଶ୍ରୀ ଗିରିଶ ଏସ୍ ଏନଙ୍କ ସ୍ଥାନକୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର