କଂଗ୍ରେସରେ ମିଶିଲେ ଡାକ୍ତର ଅଶ୍ବିନୀ ପୂଜାହାରୀ

ଭୁବନେଶ୍ବର : ଭିମ୍‌ସାରର ବହୁଚର୍ଚ୍ଚିତ ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ ଆଜି କଂଗ୍ରେସରେ ଯୋଗଦେଇଛନ୍ତି। କ୍ୟାନସର ଭଳି ରୋଗ କିମ୍ବା କୌଣସି ସଂକ୍ରମଣ ସ୍ଥାନରେ ଲୁଣ ଦେଇ ଚିକିତ୍ସା କରି ବିବାଦ ଘେରକୁ ଆସିଥିବା ଡାକ୍ତର ପୂଜାହାରୀଙ୍କୁ ରାଜ୍ୟ ସରକାର ଛୁଟିରେ ପଠାଇବା ପରେ ସେ ଚାକିରିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ରାଜନୈତିକ ଦଳରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଆଜି ଡାକ୍ତର ପୂଜାହାରୀ କଂଗ୍ରେସ ଦଳରେ ସାମିଲ୍‌ ହୋଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଛତିିଶଗଡ଼ର ସ୍ବାସ୍ଥ୍ୟମନ୍ତ୍ରୀ ଟି.ଏସ୍‌ ସିଂହଦେଓଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି।

ବୁର୍ଲା ବଡ ମେଡିକାଲରେ ନିର୍ଦ୍ଦେଶକ ଭାବେ ଯୋଗଦେବା ପରଠାରୁ ଚର୍ଚ୍ଚାରେ ରହିଆସିଥିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ। ସରକାରୀ ଚାକିରିରେ ରହି ଘରୋଇ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ବିରୋଧରେ ପଦକ୍ଷେପ ନେଇ ପଶ୍ଚିମାଞ୍ଚଳରେ ବେଶ ଲୋକପ୍ରିୟତା ସାଉଁଟିଥିଲେ। ହେଲେ ତାଙ୍କ ଚିକିତ୍ସା ପଦ୍ଧତିକୁ ନେଇ ବିବାଦ ମୁଣ୍ଡ ଟେକିଥିଲା।

ସମ୍ବନ୍ଧିତ ଖବର