ରାତି ଅଧରୁ ମହଙ୍ଗା ହେଲା କୋଣାର୍କ ମନ୍ଦିର ପରିଦର୍ଶନ, ତେଜିଲା ବିରୋଧ

କୋଣାର୍କ: ହଠାତ ଏଏସଆଇ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପ୍ରବେଶ ଶୁଳ୍କ ବୃଦ୍ଧି କରିଛନ୍ତି। ବିନା ପୂର୍ବ ନିର୍ଦ୍ଦେଶନାମା କିମ୍ବା ସୂଚନାରେ ସ୍ଥାନୀୟ ଦର୍ଶକମାନଙ୍କ ପ୍ରବେଶ ଶୁଳ୍କରେ ୧୦ ଟଙ୍କା ବୃଦ୍ଧି କରିଥିବା ବେଳେ ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି।ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।


ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇର୍ ୯୦ ଦଶକରେ କୋଣାର୍କ ମନ୍ଦିର ପାଇଁ ପ୍ରବେଶଶୁଳ୍କ ଆଦାୟ କରାଯାଇଥିଳା ସେତେପେଳେ ଏହାର ମୂଲ୍ୟ ୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା ।ପରବର୍ତ୍ତୀ ଅବସ୍ଥାରେ ଏହାକୁ ୧୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଦୀର୍ଘ ଦିନ ଧରି କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିବା ପରେ ଏଏସଆଇ କର୍ତ୍ତୃପକ୍ଷ ୨୦୧୬ ଏପ୍ରିିଲ ମାସ ୧ ତାରିଖ ଠାରୁ ଏହି ପ୍ରବେଶ ଶୁଳ୍କ ୧୦ଟଙ୍କାରୁ ୩୦ ଟଙ୍କକୁ ବୃଦ୍ଧି କରିଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଏହି ବର୍ଦ୍ଧିତ ଶୁଳ୍କ ୨୫ ଦିନ ପର୍ଯ୍ୟନ୍ତ ଆଦାୟ କରାଯାଇ ପାରି ନ ଥିଲା। ପରେ ଏପ୍ରିିଲ ୨୫ ତାରିଖ ଠାରୁ ଭାରତୀୟମାନଙ୍କ ଠାରୁ ୩୦ ଟଙ୍କା ଲେଖାଏଁ ପ୍ରବେଶ ଶୁଳ୍କ ୁଆଦାୟ କରାଯାଇଥିଲା ଓ ବିଦେଶୀମାନଙ୍କ ଶୁଳ୍କ ୨୫୦ ଟଙ୍କାରୁ ୫ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ତେବେ ହଠାତ ଗତକାଲି ରାତିରେ ଏଏସଆଇ ପକ୍ଷରୁ ଟିକେଟ କାଉଣ୍ଟରରେ ଭାରତୀୟମାନଙ୍କ ପାଇଁ ପ୍ରବେଶ ଶୁଳ୍କ ୪୦ ଟଙ୍କା ଓ ବିଦେଶୀମାନଙ୍କ ପାଇଁ ୬ଶହ ଟଙ୍କା ର ନୋଟିସ ମରାଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଆଜି ସକାଳେ ନାଗରିକ ସଙ୍ଗଠନ , କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାସଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇଥିଲା। ଟିକେଟ କାଉଣ୍ଟର ଓ ମୁଖ୍ୟ ଗେଟକୁ ବନ୍ଦ କରି ଦିଆଯାଇଥିଲା। ପରେ ପୁଲିସ ହସ୍ତକ୍ଷେପ କରିବାରୁ କୋଣାର୍କ ମନ୍ଦିରର ଗେଟ୍‌ ଖୋଲିଛି। ଯଦି ଏଏସଆଇ କର୍ତ୍ତୃପକ୍ଷ ତୁରନ୍ତ ଏହି ବର୍ଦ୍ଧିତ ଶୁଳ୍କ ପ୍ରତ୍ୟାହାର ନ କରନ୍ତି, ଏହାକୁ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲିି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର