ଅସିତ ମହାନ୍ତିଙ୍କୁ ରାଜ୍ୟସ୍ତରୀୟ ମଂଜରୀ ସମ୍ମାନ

ଖୋର୍ଧା: ଖୋର୍ଧାସ୍ଥିତ ପ୍ରାଣନାଥ ସ୍ୱଂୟଶାସିତ ମହାବିଦ୍ୟାଳୟ ପକ୍ଷରୁ ୨୦୧୮ ରାଜ୍ୟସ୍ତରୀୟ ମଂଜୁରୀ ସାହିତ୍ୟ ପୁରସ୍କାର ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତିଙ୍କୁ ପ୍ରଦାନ କରାଯିବ। ପ୍ରାଣନାଥ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହରନାରାୟଣ ପାଣିଗ୍ରାହୀ ଏକ ପ୍ରେସ ବିବୃତ୍ତି ଦେଇ କହିଛନ୍ତି ଯେ ବିଚାରକମଣ୍ଡଳୀ ଓ କର୍ତ୍ତୃପକ୍ଷଙ୍କ ସୁପାରିସ କ୍ରମେ ୨୦୧୮ ରାଜ୍ୟସ୍ତରୀୟ ମଂଜରୀ ସାହିତ୍ୟ ପୁରସ୍କାର ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତିଙ୍କୁ ପ୍ରଦାନ କରାଯିବ । ସାହିତ୍ୟ ପାଇଁ ଜୀବନବ୍ୟାପୀ ସାଧନା ସକାଶେ ଆସନ୍ତା ଜାନୁଆରି ୨୮ ତାରିଖ ଦିିନ ୫୯ତମ ସାମ୍ବତ୍ସରିକ ଉତ୍ସବରେ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର