ଭୁବନେଶ୍ବର: ଓଡ଼ିଶାର ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଆଇଏଏସ ଅଫିସର ଅସିତ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୬ ବ୍ୟାଚର ଆଇଏଏସ ଅଫିସର ଅସିତ ତ୍ରିପାଠୀ
Sambad is now on WhatsApp
Join and get latest news updates delivered to you via WhatsApp
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବାପରେ କହିଛନ୍ତି ଯେ ସମୟ ନଷ୍ଟ ନକରି କଠିନ ଟିମ୍ ୱାର୍କ କଲେ ଠିକ୍ ସମୟରେ ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚିବ । ନିଜର କାମ ଥିଲେ ଫାଇଲ ରକେଟ ଭଳି କ୍ଷୀପ୍ର ଗତିରେ ଯାଇଥାଏ। ସେହିଭଳି ପ୍ରତିଟି ଫାଇଲ ରକେଟ ବେଗରେ ଯେମିତି ଗତି କରିବ ତାହା ସେ ଦେଖିବେ ବୋଲି କହିଛନ୍ତି ।
ସରକାରଙ୍କ ୫T ଫର୍ମୁଲାକୁ ଗୁରୁତ୍ବ ଦେଇ, ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା ପାଇଁ ୨୦୧୯-୨୦ବର୍ଷ ପାଇଁ ସବୁ ବିଭାଗର କାର୍ଯ୍ୟ ନିର୍ଦ୍ଧାରିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ କିପରି ପୂରା ହେବ ତାହା ସେ ତଦାରଖ କରିବେ ବୋଲି କହିଛନ୍ତି ଅସିତ ତ୍ରିପାଠୀ।