ଓପିଏସସି ଘୁଞ୍ଚାଇଲା ଏଏସଓ ଗ୍ରୁପ୍-ବି ଲିଖିତ ପରୀକ୍ଷା; ୨୦୧୯ ଜାନୁୟାରି ୨୦ରେ ହେବ

0 1,022

କଟକ : ଅାସିଷ୍ଟାଣ୍ଟ ସେକସନ୍ ଅଫିସର (ଏଏସଓ) ଗ୍ରୁପ୍-ବି ଲିଖିତ ପରୀକ୍ଷା ତାରିଖ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ( ଓପିଏସସି)  ଘୁଞ୍ଚାଇ ଦିଅାଯାଇଛି । ପୂର୍ବ ନିର୍ଦ୍ଧାରିତ ଡିସେମ୍ବର ୨୩ ତାରିଖ ପରିବେର୍ତ୍ତ ୨୦୧୯ ଜାନୁୟାରୀ ୨୦ ତାରିଖରେ ହେବ ଲିଖିତ ପରୀକ୍ଷା । ଏନେଇ  ଓପିଏସସି ତରଫରୁ ନୋଟିଫିକେସନ୍ ଜାରି କରାଯାଇଛି ।

ଗତ ସେପ୍ଟେମ୍ବର ମାସରେ ଓପିଏସସି ତରଫରୁ ଗ୍ରୁପ୍-ବି ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସରର ୫୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନେଇ ନିର୍ଦ୍ଧାରିତ ପଦବୀ ଠାରୁ ମାତ୍ରାଧିକ ପ୍ରାର୍ଥୀ ଆବେଦନ କରିଛନ୍ତି । ଏହାକୁ ପୁର୍ନବାର ସଜାଡ଼ିବା ଏବଂ ନିୟମାବଳୀ ଅନୁସାରେ ପ୍ରାର୍ଥୀମାନଙ୍କ ଚୟନ କରିବା ପାଇଁ ସମୟ ଲାଗିବ ବୋଲି କାରଣ ଦର୍ଶାଇଛନ୍ତି ଓପିଏସସି କର୍ତ୍ତୁପକ୍ଷ । ତେବେ ଆବେଦନକାରୀଙ୍କୁ ଏ ସମ୍ବନ୍ଧୀୟ ଖବର ପ୍ରତିଟି ଅପଡେଟ୍ ଜାଣିବା ପାଇଁ ଖବର କାଗଜ ଏବଂ ଓପିଏସସିର ୱେବସାଇଟ୍ www.opsc.gov.inରେ ପାଇପାରିବେ ।

ଉପରୋକ୍ତ ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଅକ୍ଟୋବର ୧୦ ତାରିଖରେ ଶେଷ ହୋଇଛି । ଗ୍ରୁପ୍-ବି ଏସସଓ ୫୦୦ ପଦବୀ ମଧ୍ୟରୁ ୧୬୬ ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.