ଦୃଷ୍ଟିହୀନ ଓ ଦିବ୍ୟାଙ୍ଗଙ୍କ ପାଇଁ ଅନୁବାଦକ ପ୍ରସଙ୍ଗ : ଏଏସ୍‌ଓ ପରୀକ୍ଷା ଘୁଞ୍ଚାଇବାକୁ ଦାବି କଲା କ˚ଗ୍ରେସ

ଭୁବନେଶ୍ବର : ଆସନ୍ତାକାଲି (୨୦ ତାରିଖ) ଓଡିଶା ଲୋକସେବା ଆୟୋଗ(ଓପିଏସ୍‌ସି)ଦ୍ବାରା ଆସନ୍ତା ହେବାକୁ ଥିବା ଏଏସ୍‌ଓ ପରୀକ୍ଷାକୁ ନେଇ ଅବ୍ୟବସ୍ଥା ସୃଷ୍ଟି ହୋଇଛି। ପରୀକ୍ଷାରେ ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ପରୀକ୍ଷାର୍ଥୀଙ୍କୁ ଅନୁବାଦକଙ୍କୁ ଅନୁମତି ପ୍ରଦାନ ବ୍ୟବସ୍ଥା ରହିଛି। କିନ୍ତୁ ଓପିଏସ୍‌ସି ବିଜ୍ଞପ୍ତିରେ ଏହାର ଉଲ୍ଲଂଘନ କରାଯାଇଛି। ଦୃଷ୍ଟିହୀନ ଓ ଦିବ୍ୟାଙ୍ଗଙ୍କୁ ଅନୁବାଦକ ଯୋଗାଇଦେବା ସହିତ ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରିଛି କଂଗ୍ରେସ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଦର୍ଶାଇଛନ୍ତି, ଓପିଏସ୍‌ସି ଦ୍ବାରା ପ୍ରକାଶିତ ବିଜ୍ଞପ୍ତିର ୯ ନମ୍ବର ପାରାର ୧୪ ନମ୍ବର ପଏଣ୍ଟରେ ପ୍ରତ୍ୟେକ ପରୀକ୍ଷାର୍ଥୀ ତାଙ୍କ ନିଜ ହାତଲେଖାରେ ପରୀକ୍ଷାରେ ଉତ୍ତର ଲେଖିବେ ଏବ˚ କୌଣସି ପରିସ୍ଥିତିରେ ମଧ୍ୟ ଲିପିକ ବା ଅନୁବାଦକଙ୍କ ସାହାଯ୍ୟ ନେଇପାରିବେ ନାହିଁ ବୋଲି ଉଲ୍ଲେଖ ହୋଇଛି। ଏଭଳି ସର୍ତ ପୂର୍ବରୁ ତତ୍‌କାଳୀନ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଦିବ୍ୟାଙ୍ଗ ଓ ଦୃଷ୍ଟିହୀନଙ୍କ ପାଇଁ ଜାରି ହୋଇଥିବା ନୀତିନିୟମର ସିଧାସଳଖ ଉଲ୍ଲଂଘନ କରୁଛି। ୨୦୧୩ ସେପ୍ଟେମ୍ବର ୧୭ ତାରିଖରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ଜାରି କରିଥିବା ସର୍ତାବଳୀରେ ଉଲ୍ଲେଖ ହୋଇଛି, ୪୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିବିଶେଷ ଯଦି ଚାହାନ୍ତି, ତେବେ ତାଙ୍କୁ ଜଣେ ଲେଖକ/ଲିପିକ/ ଲ୍ୟାବ୍‌ ସହାୟକଙ୍କ ସହାୟତା ନିମ‌େନ୍ତ ବିଶେଷ ଅନୁମତି ପ୍ରଦାନ କରାଯିବ। ଆବଶ୍ୟକ ସ୍ଥଳେ ପରୀକ୍ଷା ପରିଚାଳନା କର୍ତୃପକ୍ଷ ଦିବ୍ୟାଙ୍ଗ ଓ ଦୃଷ୍ଟିହୀନଙ୍କ ପାଇଁ ଏକାଧିକ ଲିପିକ/ଲେଖକଙ୍କୁ ଅନୁମତି ପ୍ରଦାନ କରିହେବ।

ଏହି ବିଜ୍ଞପ୍ତିର ପ୍ରତିବାଦରେ ଏକାଧିକ ପରୀକ୍ଷାର୍ଥୀ ରାଜ୍ୟ ପ୍ରଶାସନିକ ନ୍ୟାୟାଧୀକରଣଙ୍କ ଦ୍ବାରସ୍ଥ ହୋଇଥିଲେ। ନ୍ୟାୟାଧୀକରଣ ଅଧ୍ୟକ୍ଷ ଲେଖକ/ଲିପିକଙ୍କୁ ଅନୁମତି ପ୍ରଦାନ କରିବାକୁ ଓପିଏସ୍‌ସିଙ୍କୁ କହିଛନ୍ତି। ସେହିପରି ଗତ ୧୧ ତାରିଖରେ ସାମାଜିକ ସୁରକ୍ଷା ଏବ˚ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିର୍ଦ୍ଦେଶକ ଓପିଏସ୍‌ସିଙ୍କ ସଚିବଙ୍କୁ ପତ୍ର ଲେଖି ଦିବ୍ୟାଙ୍ଗ ଏବ˚ ଦୃଷ୍ଟିହୀନଙ୍କୁ ଲିପିକ/ଲେଖକଙ୍କ ସହାୟତା ନେବା ପାଇଁ ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏହା ସତ୍ତ୍ବେ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହିତ ଖେଳୁଛନ୍ତି। ଏଭଳି ସ୍ଥିତିରେ ଏହି ପରୀକ୍ଷାକୁ ଘୁଞ୍ଚାଇବା ସହିତ ଏହାର ବିଜ୍ଞପ୍ତିରେ ଆବଶ୍ୟକୀୟ ପରିବର୍ତନ କରିବାକୁ ଦାବି କରିଛି କ˚ଗ୍ରେସ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥୀ, ନିକୁ ପଶାୟତ, ଦୀପକ ମହାପାତ୍ର ଉପସ୍ଥିତି ଥିଲେ।

ସମ୍ବନ୍ଧିତ ଖବର