ଘୁଞ୍ଚିିବ ନାହିଁ, ୨୦ରେ ହେବ ଏଏସଓ ପରୀକ୍ଷା : ପରୀକ୍ଷା ଘୁଞ୍ଚାଇବା ପାଇଁ ଦାୟର ପିଟିସନକୁ ଖାରଜ କଲେ ହାଇକୋର୍ଟ

କଟକ:  ଆସନ୍ତା ୨୦ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକସନ୍ ଅଫିସର (ଏଏସଓ) ନିଯୁକ୍ତି ଲାଗି ହେବାକୁଥିବା ପରୀକ୍ଷା ଘୁଞ୍ଚିବ ନାହିଁ । ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେବ । ପରୀକ୍ଷା ଘୁଞ୍ଚାଇବା ପାଇଁ ଦାୟର ହୋଇଥିବା ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ । ଏ ମାମଲାରେ ହସ୍ତକ୍ଷେପ କରିବା ପାଇଁ କରିଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ଅନୁଷ୍ଠିତ ପରିଚାଳିତ ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ପରୀକ୍ଷା ପୂର୍ବ ନର୍ଦ୍ଧାରିତ ତାରିଖ ଅନୁସାରେ ହିଁ ହେବ । ଏକା ଦିନରେ ଏଏସଓ ପରୀକ୍ଷା ଥିବାବେଳେ ଜାତୀୟସ୍ତରର ଆଇବିପିଏସ ମେନ ଓ ଆରଆରବି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ରହିଥିବାରୁ କିଛି ପ୍ରାର୍ଥୀ ରାଜ୍ୟସ୍ତରରେ ଥିବା ଏହି ପରୀକ୍ଷାକୁ ସ୍ଥଗିତ କରି ଅନ୍ୟ ଦିନରେ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥଲେ । ଜାନୁଆରୀ ୨୦ରେ ହେବାକୁ ଥିବା ଓପିଏସସିର  ଏଏସଓ ପରୀକ୍ଷା ଉପରେ ସ୍ଥଗିତାଦେଶ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ହାଇକୋର୍ଟ ପ୍ରାର୍ଥୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।

ନିର୍ଦ୍ଧାରିତ ଜାନୁଆରୀ ୨୦ ତାରିଖରେ ହିଁ ଏଏସଓ ପରୀକ୍ଷା କରାଯିବ ବୋଲି କୋର୍ଟ କହିଛନ୍ତି । ପୂର୍ବରୁ ଏହି ପରୀକ୍ଷା ଡ଼ିସେମ୍ବର ୨୩ରେ ହେବାକୁ ଥିବାବେଳେ କୌଣସି କାରଣବଶତଃ ଏହାକୁ ଜାନୁଆରୀ ୨୦ ରେ କରିବାକୁ ନୋଟିସ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର