ଶ୍ରୀମନ୍ଦିରରେ ଆସାମ ରାଜ୍ୟପାଳ

ପୁରୀ : ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ ସପରିବାର ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ରେ ଆସାମ ରାଜ୍ୟପାଳ ଓ ତାଙ୍କ ପରିବାର ଶ୍ରୀମନ୍ଦିରଠାରେ ପହଞ୍ଚିଥିଲେ। ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ରାଜ୍ୟପାଳଙ୍କ ସହ ତାଙ୍କ ଧର୍ମପତ୍ନୀ ଓ ଅନ୍ୟମାନେ ଥିଲେ।

ସମ୍ବନ୍ଧିତ ଖବର