ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଧଉରାଖମଣ ଗାଁ ନିବାସୀ ତଥା ଅସାମ ରାଇଫଲର ଯବାନ ଚମ୍ପେଶ୍ୱର ମହାକୁଡ଼ (୩୭) ମଣିପୁରରେ ସହିଦ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଧଉରାଖମଣ ଗାଁର ସୁରଞ୍ଚି ମହାକୁଡ଼ଙ୍କ ୪ ପୁଅ ଓ ୨ ଝିଅଙ୍କ ମଧ୍ୟରେ ଚମ୍ପେଶ୍ୱର ସବା ସାନ। ଚମ୍ପେଶ୍ୱର ୨୦୦୧ ମସିହାରେ ଆସାମ ରାଇଫଲରେ ଭର୍ତ୍ତି ହୋଇଥିଲେ। ସେ ମଣିପୁରର ଚାନ୍ଦେଲ ଜିଲ୍ଲା ଜୌପୀରେ ଅବସ୍ଥାପିତ ଥିଲେ। ଶୁକ୍ରବାର ସେ ନିଜ ବାଟାଲିୟନ ସହ କମ୍ବିଂରେ ବାହାରିଥିଲେ। ନିଷିଦ୍ଧ ଉଗ୍ରବାଦୀ ସଂଗଠନ ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ) ମଧ୍ୟରେ ଗୁଳି ବିନିମୟ ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ଜଣାପଡ଼ିବା ପରେ ରେଢ଼ାଖୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରବିବାର ତାଙ୍କ ମରଶରୀର ନିଜ ପୈତୃକ ଗାଁ ଧଉରାଖମଣରେ ପହଞ୍ଚିବ ବୋଲି ଜଣାଯାଇଛି। ଚମ୍ପେଶ୍ୱରଙ୍କ ସ୍ତ୍ରୀ ମଧୁସ୍ମିତା ଓ ୮ ବର୍ଷର ପୁତ୍ର ଦେବଜିତ ଅଛନ୍ତି। ପୁଅ ଦେବଜିତ ଅନୁଗୁଳ ଲିଟିଲ ହାର୍ଟ ଇଂଲିସ ମିଡିୟମ ସ୍କୁଲର ସିନିୟର କେଜିରେ ପଢ଼ୁଥିବାରୁ ସ୍ତ୍ରୀ ଓ ପୁଅ ଅନୁଗୁଳରେ ରହୁଛନ୍ତି।