ଭୁ‌ବନେଶ୍ବର ଆସାମ ସୋସାଇଟି ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର : ଆସାମରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିଛନ୍ତି ରାଜଧାନୀରେ ରହୁଥିବା ଆସାମବାସୀ। ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକରେ ଆସାମର ଜନସାଧାରଣ ଏକାଠି ହେବା ସହିତ ଆସାମ ବିଶେଷକରି ଉତ୍ତର-ପୂର୍ବ ରାଜ୍ୟର ସ୍ଥାନୀୟ ଲୋକଙ୍କ ସ୍ବାର୍ଥ ବିରୋଧୀ ଏହି ଆଇନକୁ ନିନ୍ଦା କରିଥିଲେ। ଗ‌ାଣତନ୍ତ୍ରିକ ଉପାୟରେ ଏହାର ବିରୋଧ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଥିଲା।

ବିକ୍ଷୋଭକାରୀ କହିଥିଲେ, କୌଣସି ଧର୍ମାବଲମ୍ବୀ ନୁହନ୍ତି, ବରଂ ବାଂଲାଦେଶରୁ ଆସାମକୁ ଅନୁପ୍ରବେଶ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଂଗଠନ ବିରୋଧ କରୁଛି। ଆସାମ ସୀମା ଦେଇ ବାଂଲାଦେଶୀ ଅନୁପ୍ରବେଶ ଯୋଗୁଁ ଆସାମର ସଂସ୍କୃତି ଓ ପରମ୍ପରା ନଷ୍ଟ ହେବାରେ ଲାଗିଛି। ଆସାମ ସନ୍ଧି ଅନୁସାରେ ବାଂଲାଦେଶରୁ ଆସିଥିବା ପ୍ରତ୍ୟେକ ଅନୁ‌ପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ବାହାର କରାଯିବା ଆବଶ୍ୟକ। ଯାହା ଫଳରେ ଆସାମର ନିଜସ୍ବ ସଂସ୍କୃତି ଓ ପରମ୍ପରା ବଜାୟ ରହିପାରିବ ବୋଲି ବି‌କ୍ଷୋଭକାରୀ କହିଥିଲେ। ବିକ୍ଷୋଭରେ ସଂଗଠନର ଅଙ୍କୁର ରାଜକନୱା, ପାର୍ଥ ପ୍ରତିମ ଭୂୟାଁ, ଉପେନ୍ଦ୍ର ପାଠକ, ରୁପମ ବୋରା, ମଞ୍ଚିତା ଶର୍ମା, ଛାୟନିକା ବୋରା, ସୁଶାନ୍ତ ଗୌତମ ଓ ଅଂଶୁମାନ ଦତ୍ତା ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର