ନିିମାପଡ଼ା ଆଇଆଇସି ନିଲମ୍ବିତ

କଟକ/ନିମାପଡ଼ା : ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଥାନା ଭିତରେ ଜଣେ ବୃଦ୍ଧା ଏବଂ ତାଙ୍କ ବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଛି। ତାଙ୍କ ନିଲମ୍ବନ ସଂକ୍ରାନ୍ତ ବିଜ୍ଞପ୍ତି ଆଜି ପୁଲିସ ମୁଖ୍ୟାଳୟରୁୁ ଜାରି କରାଯାଇଛି। ନିଲମ୍ବନ ସମୟରେ ତାଙ୍କୁ କଟକ କେନ୍ଦ୍ରାଞ୍ଜଳ ଆଇଜିଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି।

ସୂଚନା ଅନୁଯାୟୀ, ନିମାପଡ଼ା ଥାନା କରୁକୁଣ୍ଡା ଗ୍ରାମର ୭୫ ବର୍ଷୀୟା ବୃଦ୍ଧା ବାସନ୍ତୀ ପଳତା ଏବଂ ତାଙ୍କ ବୋହୂ ରୀତା ପଳତାଙ୍କୁ ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଏକ ରୁଲ ବାଡ଼ିରେ ମାଡ଼ ମାରି ଉଭୟଙ୍କ ପିଠି ଫଟାଇ ଦେଇଥିଲେ। ରାତି ଅଧରେ ଏବଂ ଥାନା ପରିସରରେ ଜଣେ ଆଇଆଇସିଙ୍କ ଏ ପ୍ରକାର ଗୁଣ୍ଡାଗିରିକୁ ନେଇ ରାଜ୍ୟ ପୁଲିସ ଅଡ଼ୁଆରେ ପଡ଼ିଯାଇଥିଲା। ପ୍ରଥମେ ତାଙ୍କୁ ଥାନାରୁ ଅପସାରଣ କରି ପୁରୀ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅବସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର