ଆସିଷ୍ଟାଣ୍ଟ ପିପି ପରୀକ୍ଷା ଫଳ ପ୍ରକାଶ

୧୯୨ଜଣଙ୍କୁ ନିଯୁକ୍ତି

କଟକ : ଓପିଏସସି ପକ୍ଷରୁ ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରସିକ୍ୟୁଟର ନିଯୁକ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ୧୯୨ ଜଣଙ୍କ ନାମ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଛି। ସ୍ନାତକୀ ଦାଶ ପ୍ରଥମ ସ୍ଥାନରେ ରହିଥିବା ବେଳେ ସ୍ମିତା ପଟ୍ଟନାୟକ ଓ ତପନ କୁମାର ପାଲ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ୧୯୨ଟି ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରସିକ୍ୟୁଟର ପଦ ପୂରଣ ପାଇଁ ନିଯୁକ୍ତି ପରୀକ୍ଷା ଲାଗି ଓଡିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଗତ ମାସରେ ଅନୁଷ୍ଠିତ ସାକ୍ଷାତକାର ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ଗୃହ ବିଭାଗ ଅଧୀନରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର