ଭୀମାଛକ ବାପ ଆଗରେ ପୁଅକୁ ହତ୍ୟା ଘଟଣାରେ ପୁରୀ ପୁଲିସର ଟାର୍ଗେଟରେ ପୁଣି ଜଙ୍ଗଲୀ ମୁନା, ୪ ଥାନା ଅଧିକାରୀଙ୍କୁ ନେଇ ଦୁଇ ଜଣିଆ ସ୍ୱତନ୍ତ୍ର ଟିମ୍

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳସାହି ଭୀମାଛକ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଧେଶ୍ୟାମ ବିଶ୍ୱାଳ ଓରଫ ମୁନା(୨୯)ତଥା ଜଙ୍ଗଲୀ ମୁନାକୁ ପୁଣି ଖୋଜୁଛି ପୁଲିସ୍|ମୃତ ଦିଲ୍ଲୀପ ସ୍ୱାଇଁଙ୍କ ଭାଇ ଜିତେନ୍ଦ୍ର ସ୍ୱାଇଁଙ୍କ ଅଭିଯୋଗ କ୍ରମେ ହତ୍ୟାକାଣ୍ଡରେ ମୁନା ହିଁ ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀ ସମ୍ପୃକ୍ତ ଥିବା ପୁଲିସ ଜାଣିପାରିଛି |

ଘଟଣା ଦିନ ହତ୍ୟାକାଣ୍ଡପରେ କାର ଓ ମାରଣାସ୍ତ୍ର ଛାଡି ପଳାଇଥିଲା|ଘଟଣାରେ ନଗର ପଞ୍ଚାୟତର ଦେବୀପ୍ରସାଦ ବେହେରା (ବୁବୁନା) ଓ ହତ୍ୟାକାଣ୍ଡରେ ବ୍ୟବହୃତ ଗାଡି ମାଲିକ କୈଳାସ ବେହେରାଙ୍କୁ ପୁଲିସ ଗିରଫ କରିଛି|ଅନ୍ୟଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି|ଏପର୍ଯ୍ୟନ୍ତ ମୁନା ଧରା ପଡୁନି |

ସେହିପରି ଅନ୍ୟ ତିନି ଜଣଙ୍କୁ ଧରିବାକୁ ଦୁଇଜଣିଆ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ସୂଚନା ମିଳୁଛି|ସବୁଠାରୁ ବଡକଥା ହେଲା ମୁନା ଗୋଟିଏ ପରେ ଗୋଟିଏ କାଣ୍ଡ କରିଚାଲିଛି| କେତେବେଳେ ପୁଲିସ୍ ଆଖିରେ ଧୂଳି ଦେଇ ଫେରାର୍ ତ ଅନ୍ୟକେବେ ଧରାପଡ଼ି ଜେଲ୍ ଯିବା ପରେ ପୁଲିସର ଦଫା କୋହଳରେ ଜାମିନରେ ଆସି ଅପରାଧ ଘଟାଇବା ତାକୁ କିଛି ଫରକ ପଡୁନି|କଥା କଥାକେ ଅସ୍ତ୍ର ଦେଖାଉଛି,ଆକ୍ରମଣ ବି କରୁଛି|ପୂର୍ବରୁ ଏକ ଘଟଣା ଘଟାଇ କାର ଛାଡି ପଳାଇବା ଓ ତାର କାର ଜବତ ହୋଇ ଥାନାରେ ଖତ ଖାଉଛି|ପ୍ରାୟ ଛଅ ମାସ ତଳେ ଏକ ଘଟଣାରେ ସାମୁଦ୍ରିକ ଥାନା ଅଧିକାରୀ ଦିଲୀପ ପଣ୍ଡା ମୁନାକୁ କାବୁକରି ଜେଲ୍ ପଠାଇଥିଲା|ସେ ଜାମିନରେ ଆସି ପୁଣି ଏକ କାଣ୍ଡ ଘଟାଇବା ସମସ୍ତଙ୍କୁ ଭୟଭୀତ କରିଛି| ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟିକରିବା ଅଭିଯୋଗରେ ୨୦୧୭ ଜାନୁଆରୀ ମାସରେ ନୟାପଲ୍ଲୀ ପୁଲିସ୍ ମୁନାକୁ ଗିରଫ କରିଥିଲା | ପୂର୍ବରୁ ନୟାପଲ୍ଲୀ ଥାନା ଅଞ୍ଚଳରେ ରହି ସେକ୍ସ ରାକେଟର ମଙ୍ଗ ଧରିଥିଲା|

Image result for astaranga police station astaranga odisha
image source-puri police

ରାଜଧାନୀ ଭୁବନେଶ୍ୱର ସମେତ ପାରାଦୀପରେ ବି ତା ନାଁରେ ଏକାଧିକ ମାମଲା ଗଡୁଛି|ଜଣେ ଅଭ୍ୟାସଗତ ଅପରାଧୀ ଭାବେ ଭୁବନେଶ୍ୱର, ପାରାଦୀପ ଓ ଅସ୍ତରଙ୍ଗ ପୁଲିସ୍ ପାଖରେ ଜଣାଶୁଣା |ଅସ୍ତରଙ୍ଗ ଝାଡଲିଂରେ ଘର ହେଲେ ମଧ୍ୟ ଅପରାଧ କରିବା ପରେ ସେ ଭୁବନେଶ୍ୱର ସାଲିଆସାହି ବସ୍ତି,ପାରାଦୀପ ବା ଅନ୍ୟ କେଉଁଠି ଆତ୍ମଗୋପନ କରିଥାଏ|ଲୁଚିଛପି ରହୁଥିବା ମୁନା ଘରକୁ କେବେ କେବେ ଯାଇଥାଏ|ଘରକୁ ଯିବାମାତ୍ରେ ନିଜ ଏରିଆ ଭିତରେ ଝାମେଲା କରିବା,କଥା କଥାକେ ଛୁରା,ଭୁଜାଲି,ପିସ୍ତଲ ବ୍ୟବହାରକରି ଆକ୍ରମଣ କରିବାରେ ସମସ୍ତେ ଭୟଭୀତ ହୋଇପଡନ୍ତି|

ସମ୍ବନ୍ଧିତ ଖବର