ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର : ଭାରତୀୟ ବାୟୁସେନା ପକ୍ଷରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ‘ଅସ୍ତ୍ର’ ମିଜାଇଲର ସଫଳ ପରୀକ୍ଷଣ ହୋଇଯାଇଛି। ବୁଧବାର ଦିନ ୨ଟାରେ ଏହି ମିଜାଇଲ ପଶ୍ଚିମବଙ୍ଗସ୍ଥିତ କୋଲେଇକୁଣ୍ତା ଏୟାରଫୋର୍ସ ଷ୍ଟେସନରୁ ସୁ-୩୦ ଯୁଦ୍ଧବିମାନ ଯୋଗେ ପ୍ରକ୍ଷେପଣ କରାଯାଇଥିଲା। ପରୀକ୍ଷଣ ବେଳେ ଆକାଶମାର୍ଗରେ ଏକ ମାନବବିହୀନ ବିମାନକୁ ଏହା ସଫଳତାର ସହ ଲକ୍ଷ୍ୟଭେଦ କରିଥିଲା।

ସୂଚନାଯୋଗ୍ୟ, ଅସ୍ତ୍ର ମିଜାଇଲର ଲମ୍ବ ୩.୮ମିଟର ହୋଇଥିବା ବେଳେ ୧୭୮ ମିଲିମିଟର ଚଉଡ଼ା ଓ ଓଜନ ୧୬୦ କିଲୋଗ୍ରାମ ଓଜନ ରହିଛି। ଏହା ୧୫ କିଲୋଗ୍ରାମର ପାରମ୍ପରିକ ବିସ୍ଫୋଟକ ସାମଗ୍ରୀ ବହନ କରିପାରିବାର କ୍ଷମତା ରଖିଛି। ଯେକୌଣସି ଯୁଦ୍ଧ ବିମାନରୁ ଏହାକୁ ପ୍ରକ୍ଷେପଣ କରାଯାଇପାରିବ ବୋଲି ଜଣାଯାଇଛି। ପରୀକ୍ଷଣ ବେଳେ ଏୟାରଫୋର୍ସ ଏବ˚ ଚାନ୍ଦିପୁର ଡିଆରଡିଓର ଅଧିକାରୀ ଓ ବୈଜ୍ଞାନିକଗଣ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ବାୟୁ ସେନାରେ ଏହାକୁ ସାମିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର