ତିନିଦିନିଆ ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ସମାବେଶ ୧୧ରୁ

ଯୋଗ ଦେବେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସେଲିବ୍ରିଟି, ପାସ୍ ବା ନିମନ୍ତ୍ରଣ ପତ୍ରର ପ୍ରୟୋଜନ ନାହିଁ

ଭୁବନେଶ୍ବର : ଆସନ୍ତା ୧୧ ତାରିଖରୁ ଭୁବନେଶ୍ବରର ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ ପରିସରରେ ଆରମ୍ଭ ହେବ ସାହିତ୍ୟର କୁମ୍ଭମେଳା ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ସମାବେଶ। ‘ସମ୍ବାଦ’ ସହଯୋଗରେ ଆୟୋଜିତ ଏଇ ମହୋତ୍ସବରେ ବହୁ ଖ୍ୟାତି ସମ୍ପନ୍ନ ଲେଖକ ଲେଖିକା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୧୧ ତାରିଖ ଅପରାହ୍‌ଣ ୩ଟା୧୫ରୁ ଆରମ୍ଭ ହେଉଥିବା ଏଇ ସମାବେଶ ୧୩ ତାରିଖ ସ˚ଧୢାରେ ଶେଷ ହେବ।

ଏଥରର ସାହିତ୍ୟ ସମାବେଶକୁ ଉଦ୍‌ଘାଟନ କରିବେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର। ଏହାପରେ ମହାତ୍ମା ଗାନ୍ଧୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସୁଗତ ବୋଷ ଓ ଯତୀନ୍ଦ୍ର ନାୟକ ଆଲୋଚନା କରିବେ। ଏହା ପରେ ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରହମାନ୍‌ ନିଜ ଅଭିନୟ ଜୀବନର ସ୍ମୃତି ବଖାଣିବେ। ପରବର୍ତ୍ତୀ ଅଧିବେଶନ ଗୁଡ଼ିକରେ ଅତିଥି ଆଲୋଚକ ଭାବରେ ଯୋଗ ଦେବେ ରବିନ୍ଦର ସିଂହ, ଗୀତା ଗୋପ‌ାଳକ୍ରିଷ୍ଣନ୍ ଏବଂ ଦେବାଶିଷ ମିତ୍ର। ପ୍ରଥମ ଦିନର ସନ୍ଧ୍ୟାରେ ଝେଲମ୍ ପାରାଞ୍ଜପେଙ୍କ ଓଡ଼ିଶୀ ନୃତ୍ୟ ଏବଂ ଅଭିଜିତ୍ ଗାଙ୍ଗୁଲିଙ୍କ ଷ୍ଟାଣ୍ଡ୍ ଅପ୍ କ‌େମଡି କାର୍ଯ୍ୟକ୍ରମ ରହିଛି।

ସମାବେଶର ଦ୍ବିତୀୟ ଦିନ ଦ୍ବିତୀୟ ଅଧିବେଶନରେ ଆଲୋଚନାର ବିଷୟ ରହିଛି ‘ଓଡ଼ିଶାରେ ଗାନ୍ଧୀ’। ଏଥିରେ ଗୌରହରି ଦାସଙ୍କ ସହ ଆଲୋଚନା କରିବେ ଦାଶ ବେନହୁର, ଯତୀନ୍ଦ୍ର ନାୟକ ଏବଂ ସଂଗ୍ରାମ ଜେନା। ଅପରାହ୍‌ଣ ୧୨ଟା୪୦ରେ ପିଲାଙ୍କ ସହିତ ବହିର ବନ୍ଧନ ସମ୍ପର୍କରେ ବିକ୍ରମ ଗ୍ରେୱାଲଙ୍କ ସହ ଆଲୋଚନା କରିବେ ବିଶିଷ୍ଟ ଲେଖକ ପଦ୍ମ ଭୂଷଣ ରସ୍କିନ୍‌ ବଣ୍ଡ୍‌। ସିନେମା ସମ୍ପର୍କରେ ଆଲୋଚନା କରିବେ ଜୟନ୍ତ କୃପାଳିନୀ ଏବଂ ହୁସେନ୍ ହାଇଦ୍ରି। ପରବର୍ତ୍ତୀ ଅଧିବେଶନ ଗୁଡ଼ିକରେ ଅତିଥି ଆଲୋଚକ ରହିବେ ବିନୀତ ବାଜପେୟୀ, କିଶ୍ବର ଦେଶାଇ, ଚନ୍ଦ୍ରହାସ ଚୌଧୁରୀ, ପ୍ରୀତୀଶ ଆଚାର୍ଯ୍ୟ, ନିବେଦିତା ମହାନ୍ତି ଏବଂ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ। କବିତା ପାଠ ଅଧିବେଶନରେ ଯୋଗ ଦେବେ ଓଡ଼ିଆ କବି ସୁଚେତା ମିଶ୍ର।

ଶେଷ ଦିନ ସକାଳ ୧୧ଟାରେ ପ୍ରଥମ ପର୍ଯ୍ୟାୟରେ ‘ଆଧାର’ର ପ୍ରଭାବ ଉପରେ ଚାର୍ଲସ୍ ଆସ୍ସିସି ଏବଂ ଏନ୍‌ ଏସ୍ ରାମନାଥଙ୍କ ସହ ଆଲୋଚନା କରିବେ ଦେବାଶିଷ ପାଣିଗ୍ରାହୀ। ଅନ୍ୟ ଅଧିବେଶନରେ ଆଲୋଚକ ଭାବେ ଯୋଗଦେବେ ଅବିନାଶ ଖେମକା, ପଞ୍ଚମୀ ମାନୁ ଉକିଲ, ଅନୀତା ଅଗ୍ନିହୋତ୍ରୀ ଏବଂ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ। ଅପରାହ୍‌ଣ ୪ଟା ୨୦ରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଅଧିବେଶନରେ ସାହିତ୍ୟ ଓ ସାମ୍ବାଦିକତା ସମ୍ପର୍କରେ ଆଲୋଚନା କରିବେ ରସକିନ୍ ବଣ୍ଡ୍‌ ଏବଂ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ଦିନ ଦୁଇଟି ଓଡ଼ିଆ ଅଧିବେଶନରେ ଆଲୋଚନାର ପ୍ରସଙ୍ଗ ରହିଛି ‘ଫକୀର ମୋହନ ସେନାପତି: ୧୦୦ ବର୍ଷ ପରେ’ ଏବଂ ‘ଓଡ଼ିଆ ହେବାର ଅନୁଭବ’। ଓଡ଼ିଆ ଅନୁଭବକୁ ନେଇ ଅନନ୍ତ ମହାପାତ୍ରଙ୍କ ସହ ଆ‌େଲାଚନା କରିବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଇଲିଆନା ସିତାରିଷ୍ଟି, ନିକୋଲାସ୍‌ ଜେମ୍‌ସ ଏବଂ ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ। କାର୍ଯ୍ୟକ୍ରମ ‌େଶଷରେ ସଙ୍ଗୀତ ପରିବେଷଣ କରିବେ ବଲିଉଡ୍‌ର ପ୍ରଖ୍ୟାତ କଣ୍ଠଶିଳ୍ପୀ ରେଖା ଭରଦ୍ବାଜ।

ସମାବେଶରେ ଚର୍ଚ୍ଚିତ ଦୁଇ ଯୁବ ଲେଖକ ରବିନ୍ଦର ସିଂହ ଏବଂ ଭିନିତ ବାଜପେୟୀ, ଷ୍ଟାଣ୍ଡ୍‌ ଅପ୍‌ ଅଭିନେତା ଅଭିଜିତ ଗାଙ୍ଗୁଲି ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ରେଖା ଭରଦ୍ବାଜଙ୍କ ସଂଗୀତକୁ ନେଇ ରାଜଧାନୀବାସୀଙ୍କ ଭିତରେ ଉତ୍କଣ୍ଠା ଦେଖାଦେଇଛି।

ଏଇ ସାହିତ୍ୟ ସମାବେଶରେ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀମାନେ ଯୋଗ ଦେବା ପାଇଁ ଟାଟା ଷ୍ଟିଲ୍‌ ଓ ‘ସମ୍ବାଦ’ ତରଫରୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ ଏଥିରେ ଯୋଗ ଦେବାପାଇଁ କୌଣସି ପ୍ରବେଶିକା ଦେୟ ନାହିଁ କିମ୍ବା ପାସ୍‌ ବା ନିମନ୍ତ୍ରଣ ପତ୍ରର ପ୍ରୟୋଜନ ନାହିଁ।

ସମ୍ବନ୍ଧିତ ଖବର