ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବରୁ ଆଖି ଗାଏବ ହେବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ହସ୍ପିଟାଲରୁ ରୋଗୀ ନିଖୋଜ ହେବା ଖବର ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ଚିକିତ୍ସାଳୟରେ ଏତେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କିଭଳି ଜଣେ ରୋଗୀ ମେଡିକାଲରୁ ନିଖୋଜ ହୋଇଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଅନୁଗୁଳ ଥାନା ଖଣ୍ଡହତା ଗାଁର ଟିଙ୍କାରୁ ନାଏକ(୨୦) ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ ରବିବାର ଦିନ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ଶନିବାର ଅପରାହ୍ନରେ ଟିଙ୍କାରୁଙ୍କ ଦେହ ଅସୁସ୍ଥ ହେବାକୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କୁ ବେଡ ନ ମିଳିବାରୁ ସେ ସେହିଦିନ ପୁରୁଷ ୱାର୍ଡର ବାରଣ୍ଡାରେ ରହି ଚିକିତ୍ସିତ ହେଉଥିଲେ ।
ମାତ୍ର ରବିବାର ସକାଳୁ ସଫେଇ କର୍ମଚାରୀ ତାଙ୍କୁ ଏବଂ ତାଙ୍କ ମା’ଙ୍କୁ ସେଠାରୁ ଉଠିଯିବାକୁ କହିଥିଲେ। ଯେଉଁ କାରଣରୁ ଟିଙ୍କାରୁଙ୍କ ମା’ ତାଙ୍କୁ ସେଠାରେ ଛାଡି ବାହାରକୁ ଚାଲି ଆସିଥିଲେ । ଆଉ ଏହି ସମୟରେ ହିଁ ଟିଙ୍କାରୁ ଚିକିତ୍ସାଳୟରୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି। ଏହି ଘଟଣା ନେଇ ଶେଷରେ ଜିଲ୍ଲାପାଳ, ଥାନା ଏବଂ ମେଡିକାଲର ଡିଏମଓଙ୍କ ନିକଟରେ ଟିଙ୍କାରୁଙ୍କ ଘର ଲୋକେ ଅଭିଯୋଗ କରିଛନ୍ତି ।