ନନ୍ଦନକାନନ ଗେଟ୍‌ ପାଖ ଏଟିଏମ୍‌ରୁ ଚୋରି

ବାରଙ୍ଗ: ବୁଧବାର ଭୋର୍‌ ସମୟରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଦୁଇ ନମ୍ବର ଫାଟକ ପାଖରେ ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଏଟିଏମ୍‌କୁ ଦୁର୍ବୃତ୍ତମାନେ ତାଡ଼ି ପକାଇ ଟଙ୍କା ଚୋରାଇ ନେଇଥିବା ଜଣାପଡ଼ିଛି।

ଦୁଇ ଦିନ ତଳେ ଏହି ମେସିନ୍‌ରେ ଟଙ୍କା ଭର୍ତ୍ତି କରାଯାଇଥିଲା। ସେଠାରେ ଲଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଚୋରମାନେ ମେସିନ୍‌ ଉଠାଇ ନେଇଥିଲେ।

ଘଟଣାସ୍ଥଳରେ ନନ୍ଦନକାନନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର