ଅସ୍ତରଙ୍ଗରେ ବାପା ଏବଂ ପୁଅଙ୍କୁ ମରଣାନ୍ତକ ଆକ୍ରମଣ, ଘଟଣାସ୍ଥଳରେ ପୁଅଙ୍କର  ମୃତ୍ୟୁ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳ ସାହିରେ ବାପା ଏବଂ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ମିଳିଛି। ଘଟଣାସ୍ଥଳରେ ପୁଅ ଦିଲୀପ ସ୍ବାଇଁଙ୍କର  ମୃତ୍ୟୁ ହୋଇଥିବା ବେଳେ ବାପା ସାଧୁ ଗୁରୁତର ଥିବା ଜଣାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ଥିବା କୁହାଯାଉଛି। ଅଭିଯୁକ୍ତ ଫେରାର, କାର୍ ଓ ଛୁରୀ ଜବତ, ଅସ୍ତରଙ୍ଗ ପୁଲିସର ତଦନ୍ତ ଜାରି ରହିଥିବା ଜଣାଯାଇଛି। ।

ମିଳିଥିବା ସୂଚନା ଅନୁଯାୟୀ  ଗତକାଲି ବିଳମ୍ବିତ ରାତିରେ ଆଳ ସାହି ଭୀମାଛକରେ ବାପା-ପୁଅଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସେମାନେ ୪ ଜଣ ଥିବା କୁହାଯାଉଛି। ଭୁଜାଲି ଓ ଚାପଡ଼ରେ ସେମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ପୁଅ ଦିଲୀପଙ୍କର ମୃତ୍ୟୁ  ହୋଇଥିବା ବେଳେ ବାପା ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ କାରରେ ଆସି ଦୁର୍ବୃତ୍ତମାନେ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପୁଲିସ କାର ଓ ଛୁରୀ ଜବତ କରିଛି । ଏପଟେ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା । ଅଭିଯୁକ୍ତଙ୍କ ଗିରଫ ଦାବି ସହ କ୍ଷତିପୁରଣ ଦାବି କରି  ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ  ଅସ୍ତରଙ୍ଗ ଥାନା ଅଧିକାରୀ ଶରତ କୁମାର ନାୟକ ଉପସ୍ଥିତ ଥିବାର ସୂଚନା ରହିଛି।

ସମ୍ବନ୍ଧିତ ଖବର