ସ୍ବାଧୀନ ପ୍ରାର୍ଥୀ ସମର୍ଥକଙ୍କୁ ଆକ୍ରମଣ

ସମ୍ବଲପୁର : ବୁର୍ଲାରେ ସ୍ବାଧୀନ ପ୍ରାର୍ଥୀ ଜୟବ୍ରତ ଦେଙ୍କ ସମର୍ଥକ ମଧୁ ମୋଦକଙ୍କୁ ଆକ୍ରମଣ ହୋଇଥିବା ନେଇ ବୁର୍ଲା ଥାନାରେ ଅଭିଯୋଗ ହୋଇଛି। ବୁର୍ଲା ଥାନାକୁ ଦେଇଥିବା ଅଭିଯୋଗ ପତ୍ରରେ ମଧୁ ଦର୍ଶାଇଛନ୍ତି, ବଲେରପଡ଼ାରେ ଏକ ରାଜନୈତିକ ଦଳର ୩ ଜଣ ବ୍ୟକ୍ତି ଟଙ୍କା ବାଣ୍ଟୁଥିଲେ। ଏହାକୁ ସେ ବିରୋଧ କରିବାରୁ ତାଙ୍କ ଉପରେ ଅସ୍ତୁରା ଆକ୍ରମଣ ହୋଇଥିବା ସେ କହିଛନ୍ତି। ବୁର୍ଲା ପୁଲିସ ପକ୍ଷରୁ ଏହି ଅଭିଯୋଗର ଯାଞ୍ଚ କରାଯାଉଛି। ଏ ନେଇ ସତ୍ୟାସତ୍ୟ ଥିବା ଜଣାପଡ଼ିଲେ ପଦକ୍ଷେପ ଗ୍ରହଣ ହେବ ବୋଲି କହିଛନ୍ତି ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର।

ସମ୍ବନ୍ଧିତ ଖବର